ବ୍ରାଜିଲ୍ର ଏକ ଜେଲ୍ରେ ହିଂସାକାଣ୍ଡ ଘଟିଛି । ଏହି ଦଙ୍ଗାରେ ଅନ୍ୟୁନ 57 ଜଣ କଏଦୀ ପ୍ରାଣ ହରାଇଛନ୍ତି । ଏହି ମଉକାରେ ଅନ୍ୟ 16 ଜଣ କଏଦୀ ମଧ୍ୟ ପଳାୟନ କରିବାରେ ସକ୍ଷମ ହୋଇନାହାନ୍ତି । ସୋମବାର ସନ୍ଧ୍ୟାରେ ଜେଲ୍ରେ କିଛି କଏଦୀ ପରସ୍ପରକୁ ଆକ୍ରମଣ କରିବା ପରେ ଜେଲ୍ରେ ଦଙ୍ଗା ଆରମ୍ଭ ହୋଇଥିଲା । ରିଓ ଡି ଜେନେରିଓର ଅବସ୍ଥିତ କମାଣ୍ଡୋ ଭର୍ମେଲୋ ନାମକ ଏହି ଜେଲ୍ରେ ଏହି ଦଙ୍ଗା ଘଟିଛି । ଦଙ୍ଗା ସମୟରେ ଜେଲ୍ର ନିଆଁ ମଧ୍ୟ ଲଗାଇ ଦିଆଯାଇଥିଲା । 6 ଘଣ୍ଟା ପରେ ଜେଲ୍ କର୍ମଚାରୀ ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲେ । କଏଦୀ ମାନଙ୍କୁ ଅନ୍ୟ ଏକ ଜେଲ୍କୁ ସ୍ଥାନାନ୍ତର କରାଯାଇଛି ।