ଭୁବନେଶ୍ବର: ଆଜି ସିବିଆଇ ହାତରେ ଧରାପଡିଛନ୍ତି ଜଣେ ରେଳୱେ ପାର୍ସଲ କ୍ଲର୍କ। ସେ ହେଉଛନ୍ତି ରାଉରକେଲା ରେଳ ଷ୍ଟେସନର ପାର୍ସଲ କ୍ଲର୍କ ରାଜୀବ ରଂଜନ ଯାଦବ। ଆଜି ସେ ଏକ ପାର୍ସଲ ପଠାଇବା ପାଇଁ 7200 ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଦ୍ବାରା ଧରା ପଡିଛନ୍ତି।
ଖବରରୁ ଜଣାପଡିଛି ଯେ, ରାଜୀବ ଜଣେ ବ୍ୟକ୍ତିଙ୍କର ଜେନେରେଟର ସେଟକୁ ଟ୍ରେନରେ ପଠାଇବା ପାଇଁ ଲାଞ୍ଚ ମାଗିଥିଲେ। ଲାଞ୍ଚ ନ ଦେଲେ ତାହା ପଠାଯାଇପାରିବ ନାହିଁ ବୋଲି କହିଥିଲେ। ଫଳରେ ସଂପୃକ୍ତ ବ୍ୟକ୍ତି ସିବିଆଇ ସହିତ ଯୋଗାଯୋଗ କରିଥିଲେ। ସେହି ଅନୁସାରେ ଯୋଜନା ପ୍ରସ୍ତୁତ ହେବା ପରେ ସିବିଆଇ ଲାଞ୍ଚ ଟଙ୍କା ନେଉଥିବା ବେଳେ ଧରାପଡିଛନ୍ତି।
ବର୍ତ୍ତମାନ ରାଜୀବଙ୍କ ଉପରେ ଅଧିକ ଖୋଳତାଡ ଚାଲିଛି। ସେ ଏହିପରି କାର୍ଯ୍ୟ କେବେଠାରୁ କଲେଣି ସେ ନେଇ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ ରାଜୀବଙ୍କ ବିଭିନ୍ନ ସ୍ଥାନରେ ସିବିଆଇ ଚଢାଉ କରିଥିବାର ଜଣାପଡିଛି।