କର୍ଣ୍ଣାଟକର ବାଚସ୍ପତି ଦୌଡ ନିମନ୍ତେ ବିଶ୍ବେଶ୍ବରା ହେଗ୍ଡେ କାଗେରୀଙ୍କ ନାମ ଆଗୁଆ ରହିଛି । 6 ଥର ବିଧାୟକ ରହିଥିବା ତଥା କର୍ଣ୍ଣାଟକର ପୂର୍ବତନ ଶିକ୍ଷାମନ୍ତ୍ରୀ କାଗେରୀ ସ୍ବୟଂ ଏହି ବିଷୟରେ ସୂଚନା ଦେଇଛନ୍ତି । ଆସନ୍ତା ଜୁଲାଇ 30 ତାରିଖ ବୁଧବାର ଦିନ କାଗେରୀ ବାଚସ୍ପତି ପଦବୀ ପାଇଁ ଆବେଦନ କରିବେ ବୋଲି ସୂଚନା ଦେଇଛନ୍ତି । ଆସନ୍ତା କାଲି ଜୁଲାଇ 31 ତାରିଖରେ ବାଚସ୍ପତି ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ । ସୋମବାର ବିଜେପି ଆସ୍ଥା ଭୋଟରେ ବିଜେପି ବିଜୟୀ ହେବା ପରେ ବାଚସ୍ପତି କେ ଆର ରମେଶ କୁମାର ଇସ୍ତଫା ପ୍ରଦାନ କରିଥିଲେ । କାଗେରୀ 1994ରୁ 2008 ପର୍ଯ୍ୟନ୍ତ ଅଙ୍କୋଲା ଆସନରୁ ବିଧାୟକ ରହିଥିବା ବେଳେ 2008ରୁ 2018 ପର୍ଯ୍ୟନ୍ତ ସିରିସି ଆସନରୁ ବିଜୟୀ ହୋଇଛନ୍ତି