ଏଣିକି ପାନ ଖାଇ ଶ୍ରୀମନ୍ଦିର ଭିତରକୁ କେହି ଯାଇପାରିବେ ନାହିଁ । ପାନ ଖାଇ ପୁରୀ ଶ୍ରୀମନ୍ଦିରକୁ ପ୍ରବେଶ କରିବା ଉପରେ ରୋକ ଲଗାଯାଇଛି । କୌଣସି ଭକ୍ତ କିମ୍ବା ସେବାୟତ ଏଣିକି ପାନ ଖାଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବ ନାହିଁ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହେବା ପରେ ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ଶ୍ରୀମନ୍ଦିର ଭିତରକୁ ସେବାୟତଙ୍କ ଠାରୁ ଭକ୍ତଙ୍କ ପର୍ଯ୍ୟନ୍ତ କେହି ପାନ ଖାଇ ପ୍ରବେଶ କରିବା ଉପରେ ବାରଣ କରାଯାଇଛି । ଆସନ୍ତା ଅଗଷ୍ଟ ୧ ତାରିଖରୁ ଏହି କଟକଣା ଲାଗୁ କରିବାକୁ ଆଜି ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିରରେ ପାନ ଖାଇ ଧରାପଡ଼ିଲେ ୫ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ।