କଟକ: କଟକ ମୁଣ୍ଡୁଳିସ୍ଥିତ ସିଆଇଏସଏଫ୍ ର ଖାରବେଳ ଆଞ୍ଚଳିକ ପ୍ରଶିକ୍ଷଣ କେନ୍ଦ୍ରଠାରେ ଏଏସ୍ଆଇମାନଙ୍କ ପାସିଂଆଉଟ୍ ପରେଡ ଅନୁଷ୍ଠିତ ହୋଇଯାଇଛି। କେଆରଟିସି ପରେଡ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ସମାରୋହରେ ସିଆଇଏସଏଫ ଆଇଜି ଶିଖର ସହାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ପରେଡ ଅଭିବାଦନ ଗ୍ରହଣ କରିଛନ୍ତି।
କେଆରଟିସିର ଡିଆଇଜି ଗଙ୍ଗା ଶେଖରଙ୍କ ତତ୍ତ୍ବାବଧାନରେ ପରେଡ ଅନୁଷ୍ଠିତ ହୋଇଛି। ୨୫ ସପ୍ତାହର ପ୍ରଶିକ୍ଷଣ ପରେ ୩୯୭ଜଣ ସିଆଇଏସଏଫ ଏଏସଆଇ ଏଠାରୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ବର୍ତ୍ତମାନ ସେମାନଙ୍କୁ ଦେଶର ବିଭିନ୍ନ ପ୍ରାନ୍ତରେ ନିୟୋଜିତ କରାଯିବ।