ଗାନ୍ଧି ବନାମ ଗଡେସ୍ ପ୍ରସଙ୍ଗରେ ଆଜି ମଧ୍ୟ ନରସିଂହ ଓ ବିଷ୍ଣୁ ସେଠୀ ମୁହାଁମୁହିଁ ହୋଇଛନ୍ତି । କାଲି ଗୃହରେ ବିଷ୍ଣୁ ସେଠୀଙ୍କ ପ୍ରତିକ୍ରିୟାକୁ ନେଇ ବର୍ଷିଛନ୍ତି ନରସିଂହ ମିଶ୍ର । ମଣିଶଙ୍କର ଓ ସିଦ୍ଧୁ ବାହାର ଲୋକ, କାହିଁକି ସେ ନେଇ ଆଲୋଚନା ହେଲା । ମଣିଶଙ୍କରଙ୍କ ବିରୁଦ୍ଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେହିପରି ନରସିଂହଙ୍କ ପ୍ରତିକ୍ରିୟାର ଜବାବ ରଖିଛନ୍ତି ବିରୋଧୀ ଦଳ ନେତା ବିଷ୍ଣୁ ସେଠୀ । ପୂର୍ବରୁ ବି ଗୃହ ବାହାର ଲୋକଙ୍କ ବିଷୟରେ ଏଠାରେ ଆଲୋଚନା ହୋଇଛି । ଅନେକ ସମୟରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ବି ଅଯୌକ୍ତିକ କଥା କହୁନ୍ତି । ବିଷ୍ଣୁଙ୍କ ବୟାନକୁ ନେଇ କଂଗ୍ରେସ ସଦସ୍ୟମାନେ ଗୃହରେ ପାଟିତୁଣ୍ଡ ଓ ହୋହଲ୍ଲା କରିଛନ୍ତି ।