କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସଦସ୍ୟ ମୋତିଲାଲି ବୋରା ଆଜି ରାଜ୍ୟସଭରେର ଇସ୍ରୋ ବୈଜ୍ଞାନିକଙ୍କ ଦରମା କାଟ୍ ପ୍ରସଙ୍ଗକୁ ଉପସ୍ଥାପନ କରିଛନ୍ତି । ଏହାକୁ ନେଇ ବିରୋଧୀ ପକ୍ଷରୁ ସରକାରଙ୍କୁ ମଧ୍ୟ କଡ଼ା ସମାଲୋଚନା କରାଯାଇଛି । ମୋତିଲାଲ୍ ବୋରା ଏନେଇ କହିଛନ୍ତି ଯେ, ଚନ୍ଦ୍ରୟାନ-୨ର ସଫଳ ଉତ୍କ୍ଷେପଣ ପରେ ସମଗ୍ର ଦେଶ ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଥିବାବେଳେ ସରକାର ସେମାନଙ୍କର ଦରମା କାଟିବା ଅତି ଦୁଃଖର ବିଷୟ। ଇସ୍ରୋ ବୈଜ୍ଞାନିକଙ୍କ ଅତିରିକ୍ତ ବେତନ ରାଷ୍ଟ୍ରପତିଙ୍କ ଅନୁମତି ପାଇଥିଲା, ଦେଶରେ ଦକ୍ଷତା ସମ୍ପନ୍ନ ବୈଜ୍ଞାନିକଙ୍କୁ ଇସ୍ରୋ ବୈଜ୍ଞାନିକ ହେବା ପାଇଁ ପ୍ରୋତ୍ସାହନ ମିଳିବା ଉଦ୍ଦେଶ୍ୟରେ ଅତିରିକ୍ତ ବେତନ ବ୍ୟବସ୍ଥା କରାଯାଇଥିଲା । ୧୯୯୬ରେ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଅନୁସାରେ ଅନ୍ତରୀକ୍ଷର ବିଭାଗ ଦ୍ବାରା ଏହି ଅତିରକ୍ତ ବେତନ ଲାଗୁ ହୋଇଥିଲା। ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଅନୁସାରେ ଏହି ଅତିରିକ୍ତ ବେତନ ବୃଦ୍ଧିକୁ ‘ଦରମା’ ସହିତ ସଂଯୋଗ କରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ରହିଥିଲା । ତେଣୁ ସରକାର ଏହାକୁ କାଟ୍ କରିବା ଉଚିତ ନୁହେଁ ବୋଲି କହିଛନ୍ତି ମୋତିଲାଲ୍ ବୋରା ।