Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟସଭାରୁ ଇସ୍ତଫା ଦେଲେ କଂଗ୍ରେସ ସାଂସଦ ସଞ୍ଜୟ ସିଂହ, ବିଜେପିରେ ହେବେ ସାମିଲ୍‌
ଆଜିର ଖବର

ରାଜ୍ୟସଭାରୁ ଇସ୍ତଫା ଦେଲେ କଂଗ୍ରେସ ସାଂସଦ ସଞ୍ଜୟ ସିଂହ, ବିଜେପିରେ ହେବେ ସାମିଲ୍‌

July 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ନେହେରୁ- ଗାନ୍ଧି ପରିବାରର ବହୁତ ପାଖ ଲୋକ ତଥା କଂଗ୍ରେସ ସାଂସଦ ସଞ୍ଜୟ ସିଂହ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ମିଳିଥିବା ସୂତ୍ରରୁ ସଞ୍ଜୟ ସିଂହ ଏବେ ବିଜେପିରେ ସାମିଲ୍‌ ହୋଇପାରନ୍ତି । କଂଗ୍ରେସ ତାଙ୍କୁ ଆସାମରୁ ରାଜ୍ୟସଭା ଆସନ ଦେଇଥିବାବେଳେ ଆସନ୍ତା ବର୍ଷ ତାଙ୍କ ସଦସ୍ୟତା ପୂର୍ଣ୍ଣ ହେବାକୁ ଯାଉଛି । ଚଳିତ ଲୋକସଭାରେ କଂଗ୍ରେସ ତରଫରୁ  ସଞ୍ଜୟ ସିଂହ ସୁଲତାନପୁରରୁ ବିଜେପି ପ୍ରାର୍ଥୀ ମାନେକା ଗାନ୍ଧିଙ୍କ ବିରୋଧରେ ନିର୍ବାଚନ ଲଢିଥିଲେ । କିନ୍ତୁ ଏଠାରେ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା ।  ସଞ୍ଜୟ ସିଂହଙ୍କ ପ୍ରଥମ ପତ୍ନୀ ଗରିମା ସିଂହ ଅମେଠିର ବିଜେପି ବିଧାୟକ ରହିଛନ୍ତି । ସଞ୍ଜୟ ସିଂହ ପୂର୍ବରୁ ୟୁପିରେ ବିଧାୟକ ତଥା ରାଜ୍ୟସଭା ଓ ଲୋକସଭା ସଦସ୍ୟ ମଧ୍ୟ ରହିଛନ୍ତି । ଆମେଠି ରାଜପରିବାରର ଆସିଥିବା ସଞ୍ଜୟ ସିଂହ ପୂର୍ବରୁ ରାମମନ୍ଦିର ଆନ୍ଦୋଳନ ସମୟରେ କଂଗ୍ରେସ ଛାଡ଼ି ବିଜେପିରେ ମଧ୍ୟ ସାମିଲ୍‌ ହୋଇଥିଲେ । ଇସ୍ତଫା ସମ୍ପର୍କରେ ସଞ୍ଜୟ ସିଂହ କହିଛନ୍ତି ଯେ, ‘ମୁଁ କଂଗ୍ରେସ ଏଥିପାଇଁ ଛାଡୁଛି, କାରଣ କଂଗ୍ରେସରେ ନେତୃତ୍ବ ନାହିଁ । ମୁଁ ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ କାରଣରୁ ମୋଦିଙ୍କୁ ସମର୍ଥନ କରୁଛି । କଂଗ୍ରେସ ଏବେ ଅତୀତ ତା’ ଭବିଷ୍ୟତ ସମ୍ପର୍କରେ କିଛି ଜଣା ନାହିଁ । ଏବେ ଦେଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅଛି । ଏହି କ୍ରମରେ ମୁଁ ମଧ୍ୟ ମୋଦିଜୀଙ୍କ ସଙ୍ଗେ ସାମିଲ୍‌ ହେଉଛି ।’

Share. Facebook Twitter LinkedIn Email WhatsApp Copy Link

Related Posts

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026

ମଧ୍ୟପ୍ରଦେଶର ଖଜୁରାହୋ ନୃତ୍ୟୋତ୍ସବରେ ଚମକିବେ ବ୍ରହ୍ମପୁର ନୃତ୍ୟଶିଳ୍ପୀ ସୌମ୍ୟା ପ୍ରିୟଦର୍ଶିନୀ

February 12, 2026
Latest News

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.