Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ୟାକ୍ସ ଗୁଡ଼ିକ ଗୋଟିଏ ଗୋଟିଏ ୱାନ୍-ଷ୍ଟପ୍ ସପ୍ ଭଳି କାର୍ଯ୍ୟ କରିବ: ରାଜେଶ ପ୍ରଭାକର ପାଟିଲ
ଆଜିର ଖବର

ପ୍ୟାକ୍ସ ଗୁଡ଼ିକ ଗୋଟିଏ ଗୋଟିଏ ୱାନ୍-ଷ୍ଟପ୍ ସପ୍ ଭଳି କାର୍ଯ୍ୟ କରିବ: ରାଜେଶ ପ୍ରଭାକର ପାଟିଲ

August 27, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରାଜେଶ ପ୍ରଭାକର ପାଟିଲ
ପ୍ୟାକ୍ସ ଗୁଡ଼ିକ ଗୋଟିଏ ଗୋଟିଏ ୱାନ୍-ଷ୍ଟପ୍ ସପ୍ ଭଳି କାର୍ଯ୍ୟ କରିବ: ରାଜେଶ ପ୍ରଭାକର ପାଟିଲ

ଭୁବନେଶ୍ଵର: ପ୍ରାଥମିକ କୃଷି ସମବାୟ ସମିତି (PACS)ର କମ୍ପ୍ୟୁଟରୀକରଣ ଏବଂ ନିବନ୍ଧକ ସମବାୟ ସମିତି ସମୂହ କାର୍ଯ୍ୟାଳୟ (RCS) ଓଡ଼ିଶାର କମ୍ପ୍ୟୁଟରୀକରଣ ଉପରେ ଏକ ଦିନିକିଆ କର୍ମଶାଳା ଓ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଆଜି ସ୍ଥାନୀୟ ସ୍ୱସ୍ତି ପ୍ରିମିୟମ୍ ହୋଟଲର ଚାଣକ୍ୟ ହଲରେ ଆୟୋଜିତ ହୋଇ ଯାଇଛି। ଏହି କର୍ମଶାଳାକୁ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ଉଦଘାଟନ କରିଥିଲେ।

ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ ସାଜିଛି ପ୍ରାଥମିକ କୃଷି ସମବାୟ ସମିତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକଶିତ ଭାରତ’ର ସଂକଳ୍ପକୁ ଆହୁରି ସଶକ୍ତ, କେନ୍ଦ୍ର ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ‘ସମବାୟ ସମୃଦ୍ଧି’ର ନାରା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ‘ବିକଶିତ ଓଡ଼ିଶା’ର ସ୍ୱପ୍ନକୁ ସାକାର କରିବା ପାଇଁ ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ପ୍ରାଥମିକ କୃଷି ସମବାୟ ସମିତି (PACS)ର କମ୍ପ୍ୟୁଟରୀକରଣ ଉପରେ ବିଶେଷ ଗୁରୁତ୍ୱ ଦେଇଛି।

ଏହି ଅବସରରେ ବିଭାଗୀୟ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ କହିଛନ୍ତି, ପ୍ୟାକ୍ସର କମ୍ପ୍ୟୁଟରୀକରଣ ହେବା ଦ୍ୱାରା ସମବାୟ ସରଞ୍ଚନା ସୁଦୁଢ଼ ହେବାରେ ଲାଗିଛି। ଡିଜିଟାଲ ପରିବର୍ତ୍ତନ ସମବାୟ କ୍ଷେତ୍ରର କାର୍ଯ୍ୟପ୍ରଣାଳୀକୁ ଅଧିକ ପାରଦର୍ଶୀ, ପ୍ରଭାବୀ ଓ ସୁଗମ କରିଛି ଯାହା ଦ୍ୱାରା କୃଷକ ଓ ଗ୍ରାମାଞ୍ଚଳର ଅଧିବାସୀଙ୍କୁ ଋଣ ଏବଂ ସରକାରୀ ସହଯୋଗ ମିଳି ପାରୁଛି । କିଛି ପ୍ୟାକ୍ସ ବର୍ତ୍ତମାନ ସୁଦ୍ଧା କମ୍ପ୍ୟୁଟରୀକୃତ ହୋଇନାହାନ୍ତି ଏବଂ ଏବେ ବି ହସ୍ତଚାଳିତ ପଦ୍ଧତିରେ କାର୍ଯ୍ୟ କରୁଛନ୍ତି, ଫଳରେ ଏସବୁର ପରିଚାଳନାରେ ଅକ୍ଷମତା ଏବଂ ଭରସାର ଅଭାବ ଦେଖା ଦେଇଛି। ସାରା ଦେଶରେ ପ୍ୟାକ୍ସଗୁଡ଼ିକର କମ୍ପ୍ୟୁଟରୀକରଣ ପାଇଁ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ପାଳନ କରିବା ସହିତ ରାଜ୍ୟର ସମସ୍ତ ପ୍ୟାକ୍ସକୁ ଜାତୀୟ ସ୍ତରୀୟ PACS କମ୍ପ୍ୟୁଟରୀକରଣ ସଫ୍ଟୱେର୍ (NLPS) ପ୍ଲାଟଫର୍ମକୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା ଦ୍ୱାରା ପ୍ୟାକ୍ସଗୁଡ଼ିକର ଦୈନନ୍ଦିନ କାର୍ଯ୍ୟ ଏକ ଜାତୀୟ ସ୍ତରର ପ୍ଲାଟଫର୍ମରେ ସାମିଲ ହୋଇପାରିବ ବୋଲି ଶ୍ରୀ ପାଟିଲ କହିଛନ୍ତି।

ଏଥି ସହିତ କର୍ମଶାଳାରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇ ଶ୍ରୀ ପାଟିଲ କହିଛନ୍ତି ଯେ, ପ୍ୟାକ୍ସ ଗୁଡ଼ିକ ଗୋଟିଏ ଗୋଟିଏ ୱାନ୍-ଷ୍ଟପ୍ ସପ୍ ଭଳି କାର୍ଯ୍ୟ କରିବ, ଅର୍ଥାତ ଗୋଟିଏ ଛାତ ତଳେ କୃଷି ସମ୍ବନ୍ଧୀୟ ସବୁ ପ୍ରକାର ସୁବିଧା ଯେପରି ମିଳିବ ସେଥିପ୍ରତି ସମସ୍ତେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ପ୍ୟାକ୍ସ କମ୍ପ୍ୟୁଟରୀକରଣ ପଦକ୍ଷେପ ସମବାୟ କ୍ଷେତ୍ରରେ ସ୍ୱଚ୍ଛତା ଓ ଦକ୍ଷତା ଆଣିବ, ବିଶ୍ୱସନୀୟତାକୁ ବଢ଼ାଇବ ଏବଂ ପ୍ୟାକ୍ସଗୁଡ଼ିକୁ ପଞ୍ଚାୟତ ସ୍ତରରେ ନୋଡାଲ ସେବା ବିତରଣ କେନ୍ଦ୍ର ହେବାରେ ସହାୟକ ହେବ। ତୃଣମୂଳସ୍ତରରୁ ବିଭାଗସ୍ତରୀୟ ଅଧିକାରୀମାନେ ନିଜ ନିଜ ଭିତରେ ସମନ୍ୱୟ ରଖି କିଭଳି ସମବାୟ କ୍ଷେତ୍ର ବିକଶିତ ଓଡ଼ିଶାର ମେରୁଦଣ୍ଡ ସାଜିବ ସେ ନେଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ଶ୍ରୀ ପାଟିଲ ପରାମର୍ଶ ଦେଇଥିଲେ।

ଆୟୋଜିତ କର୍ମଶାଳାରେ ସଫ୍ଟୱେର୍ ଭେଣ୍ଡରର ସଦସ୍ୟମାନେ ଉପସ୍ଥିତ ରହି ପ୍ୟାକ୍ସ କମ୍ପ୍ୟୁଟରୀକରଣ ଉପରେ, ଉପସ୍ଥିତ ଥିବା ଅଧିକାରୀଙ୍କୁ ସୂଚନା ପ୍ରଦାନ କରିଥିଲେ। କମ୍ପ୍ୟୁଟରୀକରଣ ପ୍ରକ୍ରିୟାରେ ଉପୁଜୁଥିବା ସମସ୍ୟାର ସମାଧାନ କିଭଳି କରିହେବ ସେ ନେଇ ମତ ରଖିଥିଲେ। ଅପରାହ୍ନ ସମୟରେ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଚାଷୀ ପଞ୍ଜିକରଣ, ସୁଲଭ ଦରରେ ସାର ପ୍ରଦାନ, କୃଷି ସମବାୟ ସମିତି (PACS / LAMPCS)ର ବ୍ୟବସାୟିକ ବିବିଧିକରଣ, ଚାଷୀଙ୍କୁ ସହଜ ସେବା ପ୍ରଦାନ ଓ ଓଡ଼ିଶାର ସମବାୟ ନେଟୱର୍କକୁ ଅଧିକ ସୁଦୃଢ଼ କରିବା ଆଦି ବିଭାଗୀୟ କାର୍ଯ୍ୟର ସଫଳ ରୂପାୟନ ନିମନ୍ତେ ଏହି ବୈଠକରେ ସମୀକ୍ଷା କରାଯାଇଥିଲା।

ନିବନ୍ଧକ ସମବାୟ ସମିତି ସମୂହ (RCS) ସିଦ୍ଧାର୍ଥ ଦାସ, AGCS ସନ୍ତୋଷ କୁମାର ନାୟକ, ଯୁଗ୍ମ ଶାସନ ସଚିବ ସଂଗ୍ରାମ କେଶରୀ ରାଉତ, ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସିଇଓ, ଏନ୍ଆଇସି ଅଧିକାରୀ, ନାବାର୍ଡ ଅଧିକାରୀ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ (OSCB)ର ଅଧିକାରୀ, ସମସ୍ତ ଜିଲ୍ଲାର ଉପନିବନ୍ଧକ-ସମବାୟ ସମିତି ସମୂହ (DRCS), ସଫ୍ଟୱେର ଭେଣ୍ଡର ଓ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

PACS RCS ପ୍ୟାକ୍ସ ରାଜେଶ ପ୍ରଭାକର ପାଟିଲ ୱାନ୍-ଷ୍ଟପ୍ ସପ୍
Share. Facebook Twitter LinkedIn Email WhatsApp Copy Link

Related Posts

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026

କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଓ ସମିତିସଭ୍ୟ 

March 15, 2026

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରଭାବ: ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କଲା CBSE

March 15, 2026
Latest News

ପଶ୍ଚିମ ଏସିଆର ଘଟଣାକ୍ରମ ପରିପ୍ରେକ୍ଷୀରେ ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କରେ ସୂଚନା

March 15, 2026

ହାଇୱା ଦୂର୍ଘଟଣାରେ ଦୁଇ ଗୁରୁତର

March 15, 2026

ପଦ୍ମ ପୁରସ୍କାର -୨୦୨୭ ପାଇଁ ନାମାଙ୍କନ ଆରମ୍ଭ

March 15, 2026

ନିର୍ବାଚନ ଘୋଷଣାର ଏକ ଘଣ୍ଟା ପୂର୍ବରୁ ମମତା ବାନାର୍ଜୀଙ୍କ ଘୋଷଣା: କାର୍ଯ୍ୟାନୁଷ୍ଠାନ ନେବେ କି CEC?

March 15, 2026

ଉପର ମଣିନାଗ ପୀଠରେ ଏକବିଂଶତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ସମାପ୍ତ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.