The Samikhsya Desk: ଗଣେଶ ଚତୁର୍ଥୀ ଯୋଗୁଁ ବନ୍ଦ ରହିବାର ଗୋଟିଏ ଦିନ ପରେ ଆଜି ଗୁରୁବାର, ଅଗଷ୍ଟ ୨୮, ୨୦୨୫ ରେ ବେଞ୍ଚମାର୍କ ସୂଚକାଙ୍କ ନିଫ୍ଟି ଏବଂ ସେନସେକ୍ସ ସେସନକୁ ତଳ ସ୍ତରରେ ଖୋଲିଥିଲା। ପ୍ରାରମ୍ଭିକ କାରବାରରେ BSE ସେନସେକ୍ସ ପ୍ରାୟ ୬୯୩ ପଏଣ୍ଟ ବା ୦.୮୬ ପ୍ରତିଶତ ହ୍ରାସ ପାଇ ୮୦,୦୯୩.୫୨ ଛୁଇଁଥିଲା। ସେହିପରି ନିଫ୍ଟି ୫୦ ୧୩୨.୩ ପଏଣ୍ଟ ହ୍ରାସ ପାଇ ୨୪,୬୦୦ ତଳେ କାରବାର କରିଥିଲା।
ନିଫ୍ଟି କ୍ଷେତ୍ରୀୟ ସୂଚକାଙ୍କ ମଧ୍ୟରେ, IT ଏବଂ ବ୍ୟାଙ୍କ ଷ୍ଟକ୍ ସବୁଠାରୁ ବଡ଼ ମାଡ ଥିଲା। ଏହି ରିପୋର୍ଟ ଲେଖାଯିବା ସମୟରେ BSE ମିଡକ୍ୟାପ୍ ୨୪୬.୬୦ ପଏଣ୍ଟ ବା ୦.୫୪ ପ୍ରତିଶତ ହ୍ରାସ ପାଇଥିଲା। BSE ସ୍ମଲକ୍ୟାପ୍ ସୂଚକାଙ୍କ ୨୦୩.୪୨ ପଏଣ୍ଟ ବା ୦.୩୯ ପ୍ରତିଶତ ହ୍ରାସ ପାଇ ୫୧,୮୯୪.୧୭ ରେ କାରବାର କରିଥିଲା। ସକାଳ ପ୍ରାୟ ୯:୫୩ ସମୟରେ ପ୍ରାୟ ୯୨୧ ସେୟାର ବୃଦ୍ଧି ପାଇଥିବା ବେଳେ ୧,୬୭୮ ସେୟାର ହ୍ରାସ ପାଇଥିଲା। ୯୨ ସେୟାର ଅପରିବର୍ତ୍ତିତ ଥିଲା।
ତେବେ ଟ୍ରମ୍ପଙ୍କ ଅତିରିକ୍ତ ଶୁଳ୍କ ଲାଗୁ ହେବା ଦ୍ବାରା ଭାରତୀୟ ସେୟାର ବଜାରରେ ଏପରି ବଡ ହ୍ରାସ ଦେଖାଦେଇଛି ବୋଲି କୁହାଯାଉଛି।