Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉତ୍କଳ ଆଲୁମିନା ସିଏସଆର, ଗ୍ରାମବାସୀଙ୍କ ଜୀବନଶୈଳୀରେ ଆଣିଲା ପରିବର୍ତ୍ତନ
ଆଜିର ଖବର

ଉତ୍କଳ ଆଲୁମିନା ସିଏସଆର, ଗ୍ରାମବାସୀଙ୍କ ଜୀବନଶୈଳୀରେ ଆଣିଲା ପରିବର୍ତ୍ତନ

August 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉତ୍କଳ ଆଲୁମିନା ସିଏସଆର

ଉତ୍କଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ପକ୍ଷରୁ ସିଏସଆର ଜରିଆରେ ଗ୍ରାମାଞ୍ଚଳରେ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମି ବିକାଶ ମୂଳକ କାର୍ଯ୍ୟ ଜାରି ରହିଛି। ଯଦ୍ୱାରା କାରଖାନା ପ୍ରଭାବିତ ଏବଂ ସ୍ଥାନୀୟ ଗ୍ରାମାଞ୍ଚଳରେ ସକାରାତ୍ମକ ପରିବର୍ତ୍ତନ ହୋଇଛି। ଏହି ପରିପ୍ରେକ୍ଷୀରେ ଉତ୍କଳ ଆଲୁମିନା ସିଏସଆର ବିଭାଗ ତରଫରୁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କୋଡିପାରି ପଞ୍ଚାୟତ ଅନ୍ତର୍ଗତ ରାଉଲିଘାଟି ଗାଁରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ଯଦ୍ୱାରା ଗ୍ରାମବାସୀଙ୍କ ଜୀବନଶୈଳୀରେ ସକାରାତ୍ମକ ଉନ୍ନତି ପରିଲିକ୍ଷିତ ହୋଇଛି।

ଦୀର୍ଘଦିନ ହେଲା ଉକ୍ତ ଗାଁରେ ରାସ୍ତା ନଥିବାରୁ ଗ୍ରାମବାସୀ ବାହ୍ୟ ଜଗତରୁ ଯୋଗାଯୋଗ ବିଛିନ୍ନ ହୋଇଥିଲା। ଗାଁକୁ ରାସ୍ତା ନଥିବାରୁ ଲୋକେ ଦୈନିକ ଯାତାୟାତ ପାଇଁ ପାହାଡ଼ ଜଙ୍ଗଲ ଦେଇ ପାଦଚଲା ରାସ୍ତାରେ ଯାତାୟାତ କରୁଥିଲେ। ଅନେକ ସମୟରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥିବାବେଳେ ଗାଁକୁ ରାସ୍ତା ସଂଯୋଗ ନଥିବାରୁ ଆମ୍ବୁଲାନ୍ସ ତଥା ଗ୍ରାମବାସୀ ଚିକିତ୍ସାଳୟକୁ ଯିବା ପାଇଁ ନାନା ଦୁର୍ଦଶା ଭୋଗୁଥିଲେ। ସେହିଭଳି ଗାଁର ଛତ୍ରଛାତ୍ରୀମାନେ ମଧ୍ୟ ପାଠପଢାରେ ବାଧା ଉପୁଜିଥିଲା। କିନ୍ତୁ ଉତ୍କଳ ଆଲୁମିନା ଖଣି ସିଏସଆର ତରଫରୁ ଗ୍ରାମବାସୀଙ୍କ ସମସ୍ୟା ଦୂର କରିବା ସକାଶେ ମୁଖ୍ୟ ରାସ୍ତାରୁ ପାହାଡ଼ ପାଦଦେଶରେ ଅବସ୍ଥିତ ଏହି ଗ୍ରାମକୁ ୨.୫ କିମି ରାସ୍ତା ନିର୍ମାଣ କରାଯାଇଥିବାରୁ ଲୋକେ ବାହ୍ୟ ଜଗତ ସହ ସଂଯୋଗ ହୋଇଛନ୍ତି।

ସେହିପରି ରାଉଲିଘାଟି ଗ୍ରାମରୁ ପଡୋଶୀ ଗାଁ ବରଜାଖାଲକୁ ରାସ୍ତା ନଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ଡୋରି ଲାଗିଥିଲା । ତେବେ ଏହି ସମସ୍ୟା ସମାଧାନ ନିମନ୍ତେ ସିଏସଆର ପାଣ୍ଠିରୁ ଗାଁରେ ଛତ୍ରଛାତ୍ରୀଙ୍କ ପାଠପଢା ପାଇଁ ରାସ୍ତା ନିର୍ମାଣ କରାଯାଇଛି। ଉକ୍ତ ୧.୭ କିମି ରାସ୍ତା ସିଧାସଳଖ ସ୍ଥାନୀୟ ବରଜାଖାଲ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସଂଯୋଗ କରିଥିବାବେଳେ ଗାଁର ଶିକ୍ଷାର୍ଥୀମାନେ ଦୈନିକ ସେହି ରାସ୍ତାରେ ସ୍କୁଲ୍କ ଯାତାୟାତ କରିପାରୁଛନ୍ତି।

ଏହି ଅବସରରେ ପ୍ରତିକ୍ରିୟା ଦେଇ ହିଣ୍ଡାଲ୍କୋ ଖଣି ବ୍ୟବସାୟ ମୁଖ୍ୟ କୈଳାଶ ପାଣ୍ଡେ କହିଛନ୍ତି ଯେ, ଗ୍ରାମବାସୀ ଦୀର୍ଘଦିନ ହେଲା ପାନୀୟ ଜଳ ସମସ୍ୟାରେ ଜର୍ଜରିତ ହୋଇଥିଲେ। ବିଭିନ୍ନ ସମୟରେ ଝରଣା ପାଣିକୁ ବ୍ୟବହାର କରି ଜଳ ବାହକ ମାରାତ୍ମକ ସଂକ୍ରମଣ ରୋଗରେ ଆକ୍ରାନ୍ତ ହୋଇ ଚିକତ୍ସା ହୋଇଥିବାବେଳେ ଅନେକ ସମୟରେ ଗ୍ରାମବାସୀ ମୃତ୍ୟୁମୁଖରେ ପଡ଼ିଥାନ୍ତି ।

ସମ୍ପ୍ରତି ସମସ୍ୟା ଦୂର କରିବା ନିମନ୍ତେ ଉତ୍କଳ ଆଲୁମିନା ସିଏସଆର ତରଫରୁ ଲୋକଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପଦକ୍ଷପ ସ୍ୱରୂପ ସେହି ଗାଁରେ ଝରଣା ପାଣି ବିଶୋଧାନ ପାଇଁ ଯାନ୍ତ୍ରିକ ଉପକରଣ ସ୍ଥାପନ କରାଯାଇଛି । ଯାହାଫଳରେ ଲୋକଙ୍କ ଘର ନିକଟକୁ ସିଧାସଳଖ ପାଇପ ଯୋଗେ ଟ୍ୟାପ ଦ୍ୱାରା ପାନୀୟ ଜଳ ସଂଯୋଗ କରାଯାଇଛି ବୋଲି ଶ୍ରୀ ପାଣ୍ଡେ ପ୍ରକାଶ କରିଛନ୍ତି । ସେହିପରି ସେ କହିଛନ୍ତି ଯେ, ବର୍ଷାଦିନେ ପାଣି ଜମିରହି ଗ୍ରାମରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇଥିବାବେଳେ ସମ୍ପ୍ରତି ସମସ୍ୟା ସମାଧାନ ସକାଶେ ଡ୍ରେନ ନିର୍ମାଣ କରାଯାଇଛି । ଯାହାଫଳରେ ବର୍ଷାଜଳ ନିଷ୍କାସିତ ହେବା ସହ ଗାଁରେ ସ୍ୱଚ୍ଛତା ବୃଦ୍ଧି ହୋଇଛି ।

ତେବେ ଆଗାମୀ ଦିନରେ ଅନୁରୂପ ଭାବେ ଗାଁର ପରିପାର୍ଶ୍ଵିକ ଉନ୍ନତି ସକାଶେ ଉତ୍କଳ ଅଲିମିନା ସକ୍ରିୟ ଭୂମିକା ନିର୍ବାହ ବୋଲି ଶ୍ରୀ ପାଣ୍ଡେ ମତବ୍ୟକ୍ତ କରିଛନ୍ତି । ଏ ନେଇ ରାଉଲିଘାଟି ଗ୍ରାମ ମୁଖ୍ୟ ମାଳିଆ ମାଝୀ କହିଛନ୍ତି ଯେ, ଉତ୍କଳ ଆଲୁମିନା ସିଏସଆର ବିଭାଗ ଗ୍ରାମବାସୀଙ୍କ ଦୀର୍ଘଦିନର ଦୁଃଖ ଦୂର କରିଛନ୍ତି । ରାସ୍ତା, କଲଭର୍ଟ ନିର୍ମାଣ ଓ ପାନୀୟ ଜଳ ସମସ୍ୟା ଦୂରୀକରଣ ସଂକ୍ରାନ୍ତରେ ପଦକ୍ଷେପ ନେଇଥିବାରୁ ଗ୍ରାମରେ ସକାରାତ୍ମକ ପରିବର୍ତନ ହୋଇଛି ।

ଉତ୍କଳ ଆଲୁମିନା ହିଣ୍ଡାଲକୋ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ
Share. Facebook Twitter LinkedIn Email WhatsApp Copy Link

Related Posts

ଜାଇକା ସହାୟତାପ୍ରାପ୍ତ ବନ ପ୍ରକଳ୍ପଗୁଡ଼ିକର ୧୪ତମ ଜାତୀୟ କର୍ମଶାଳା

February 13, 2026

“ଓଏସ-ସିଆଟି ମାଧ୍ୟମରେ ରାଜ୍ୟସ୍ତରୀୟ IT ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ” କାର୍ଯ୍ୟକ୍ରମର ଶୁଭାରମ୍ଭ

February 13, 2026

ପେନସନଭୋଗୀଙ୍କ କଲ୍ୟାଣ ସଂକ୍ରାନ୍ତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ଦୂରସଞ୍ଚାର ବିଭାଗର ସିଜିସିଏ

February 13, 2026

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

February 13, 2026
Latest News

ଜାଇକା ସହାୟତାପ୍ରାପ୍ତ ବନ ପ୍ରକଳ୍ପଗୁଡ଼ିକର ୧୪ତମ ଜାତୀୟ କର୍ମଶାଳା

February 13, 2026

“ଓଏସ-ସିଆଟି ମାଧ୍ୟମରେ ରାଜ୍ୟସ୍ତରୀୟ IT ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ” କାର୍ଯ୍ୟକ୍ରମର ଶୁଭାରମ୍ଭ

February 13, 2026

ପେନସନଭୋଗୀଙ୍କ କଲ୍ୟାଣ ସଂକ୍ରାନ୍ତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ଦୂରସଞ୍ଚାର ବିଭାଗର ସିଜିସିଏ

February 13, 2026

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

February 13, 2026

ଆସନ୍ତା ୩ ମାସ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କାମ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.