Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଝୋଟ ବସ୍ତା ଉପରେ ବ୍ୟବହାର ଶୁଳ୍କ ୪୦% ବୃଦ୍ଧି କଲେ କେନ୍ଦ୍ର ସରକାର
ଆଜିର ଖବର

ଝୋଟ ବସ୍ତା ଉପରେ ବ୍ୟବହାର ଶୁଳ୍କ ୪୦% ବୃଦ୍ଧି କଲେ କେନ୍ଦ୍ର ସରକାର

August 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଝୋଟ ବସ୍ତା
ଝୋଟ ବସ୍ତା ଉପରେ ବ୍ୟବହାର ଶୁଳ୍କ ୪୦% ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି କହିଛନ୍ତି ଯେ କେନ୍ଦ୍ର ସରକାର ଝୋଟ ବସ୍ତା ଉପରେ ବ୍ୟବହାର ଶୁଳ୍କକୁ ପ୍ରାୟ ୪୦% ବୃଦ୍ଧି କରିଛନ୍ତି, ଯାହା ଦେଶର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସରକାରମାନଙ୍କୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବ।

ସେ କହିଛନ୍ତି ଯେ ଖାଦ୍ୟଶସ୍ୟ କ୍ରୟ ଏବଂ ବଣ୍ଟନରେ କେନ୍ଦ୍ର-ରାଜ୍ୟ ସହଯୋଗକୁ ସୁଦୃଢ଼ କରିବା ସହିତ କ୍ରୟ କାର୍ଯ୍ୟକୁ ସୁଗମ କରିବା, ସ୍ଥାୟୀ ପ୍ୟାକେଜିଂ ଅଭ୍ୟାସକୁ ସମର୍ଥନ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଏହି ସଂଶୋଧନ ପାଇଁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରୁ ଅନୁରୋଧ ପାଇଥିଲେ ଯାହା ପରେ ଭାରତ ସରକାରଙ୍କ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ଏକ କମିଟି ଗଠନ କରିଥିଲା। ପ୍ୟାକେଜିଂ ଶୁଳ୍କର ଏକ ବ୍ୟାପକ ସମୀକ୍ଷା କରିବା ପାଇଁ ଗଠିତ ଏହି କମିଟିରେ ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ର ସଦସ୍ୟମାନେ ସାମିଲ ଥିଲେ। ଆନ୍ଧ୍ର ପ୍ରଦେଶ, ପଞ୍ଜାବ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଉତ୍ତର ପ୍ରଦେଶ ଏବଂ ହରିୟାଣା ରାଜ୍ୟ ସରକାରମାନେ କମିଟିକୁ ସେମାନଙ୍କର ପରାମର୍ଶ ପ୍ରଦାନ କରିଥିଲେ।

କମିଟିର ସୁପାରିଶ ଆଧାରରେ, ଭାରତ ସରକାର ବ୍ୟବହୃତ ବ୍ୟାଗ ପାଇଁ ବ୍ୟବହାର ଶୁଳ୍କ ବ୍ୟାଗ ପ୍ରତି ୭ ଟଙ୍କା ୩୨ ପଇସାରୁ ୧୦ ଟଙ୍କା ୨୨ ପଇସା କିମ୍ବା ରାଜ୍ୟ ସରକାର/କେନ୍ଦ୍ରଶାସିତ ପ୍ରଦେଶ ଦ୍ୱାରା ବହନ କରାଯାଇଥିବା ପ୍ରକୃତ ଖର୍ଚ୍ଚ, ଯାହା କମ୍ ତାହା ସଂଶୋଧନ କରିଛନ୍ତି। ୨୦୧୭-୧୮ ଖରିଫ ମାର୍କେଟିଂ ଋତୁରୁ ୨୦୨୪-୨୫ ଖରିଫ ମାର୍କେଟିଂ ଋତୁରୁ ପର୍ଯ୍ୟନ୍ତ ନୂତନ ବ୍ୟାଗର ମୂଲ୍ୟ ବୃଦ୍ଧି ଅନୁପାତରେ ପୁରୁଣା ବ୍ୟାଗ ପାଇଁ ବ୍ୟବହାର ଶୁଳ୍କ ବୃଦ୍ଧି କରାଯାଇଛି।

ସଂଶୋଧିତ ହାର କେଏମଏସ ୨୦୨୫-୨୬ ଖରିଫ ମାର୍କେଟିଂ ଋତୁରୁ ଲାଗୁ ହେବ। ୨୦୧୮-୧୯ ରୁ ୨୦୨୪-୨୫ ଖରିଫ ମାର୍କେଟିଂ ଋତୁ ଓ ୨୦୨୫-୨୬ ରବି ମାର୍କେଟିଂ ଋତୁ ପର୍ଯ୍ୟନ୍ତ ବସ୍ତା ପିଛା ବ୍ୟବହାର ଦେୟ ୭ ଟଙ୍କା ୩୨ ପଇସା ଥିବାବେଳେ ୨୦୨୫-୨୬ ଖରିଫ ମାର୍କେଟିଂ ଋତୁରୁ ତାହା ୩୯.୬୦ ପ୍ରତିଶତ ବୃଦ୍ଧି କରି ୧୦ ଟଙ୍କା ୨୨ ପଇସା କରାଯାଇଛି ।

ଝୋଟ ବସ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026
Latest News

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026

SIR ପରେ ତାମିଲନାଡୁର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ବାଦ ପଡିଲା ୯୭ ଲକ୍ଷରୁ ଅଧିକ ନାମ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.