କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପୂର୍ବ ବିଦେଶ ମନ୍ତ୍ରୀ ଏସଏମ କ୍ରିଷ୍ଣାଙ୍କ ଜ୍ଵାଇଁ ତଥା ‘କାଫେ କଫି ଡେ’ର ପ୍ରତିଷ୍ଠାତା ତଥା ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ବୁଧବାର ସକାଳୁ ଉଦ୍ଧାର ହୋଇଛି । ନେତ୍ରାବତୀ ନଦୀ କୂଳରୁ ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର ହୋଇଛି। ସିଦ୍ଧାର୍ଥ ସୋମବାର ସନ୍ଧ୍ୟା ୭ଟା ପରଠାରୁ ନିଖୋଜ ଥିଲେ । ନିଖୋଜ ହେବାର ଦୀର୍ଘ ୩୨ ଘଣ୍ଟା ପରେ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ନଦୀର ହୋଇଗା ବଜାର ନିକଟ କୂଳରୁ ଠାବ କରାଯାଇଛି । କର୍ଣ୍ଣାଟକର ମେଙ୍ଗାଲୁରୁ ନିକଟ ନେତ୍ରାବତୀ ନଦୀରେ ନିଖୋଜ ହେବା ପରେ ଭିଜି ସିଦ୍ଧାର୍ଥଙ୍କୁ ପ୍ରାୟ ୨୦୦ ଜଣ ଖୋଜୁଥିଲେ । ଏଥିରେ ପୋଲିସ, ମତ୍ସଜୀବୀ ଓ ଅନ୍ୟ ଉଦ୍ଧାରକାରୀ ଟିମ ସାମିଲ ଥିଲେ ।