ଆସନ୍ତା 4 ତାରିଖରୁ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି । ସୂଚନାନୁସାରେ, ରାଜ୍ୟରେ ମୌସୁମୀ ଏକ ପ୍ରକାର ଉଭାନ ହୋଇଯାଇଥିଲା । କିନ୍ତୁ ଓଡିଶା-ଆନ୍ଧ୍ର ସୀମାରେ ସୃଷ୍ଟ ଲଘୁଚାପ ହେତୁ ମୌସୁମୀ ପୁଣି ସକ୍ରିୟ ହେବା ସହ ସାରା ଓଡିଶାକୁ ଭିଜାଇଥିଲା । ଫଳରେ ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା । ଏପରିକି ଦକ୍ଷିଣ ଓଡିଶାର କିଛି ଜିଲ୍ଲାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଲଗାତାର ଭାବେ 5 ଦିନ ବର୍ଷିବା ପରେ ଏବେ ରାଜ୍ୟର ବିଭିନ୍ନ ଅଂଚଳରେ ବର୍ଷାର ପରିମାଣ କମିଛି । କିଛି ସ୍ଥାନରେ 2 ଦିନ ହେଲା ଆଦୌ ବର୍ଷା ହୋଇନାହିଁ । ଆଉ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇଛି । ଭୁବନେଶ୍ୱର ସ୍ଥିତି ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଆସନ୍ତା 48 ଘଂଟା ମଧ୍ୟରେ ସ୍ପଳ୍ପ ବୃଷ୍ଟିପାତ ହେବ । ଅଗଷ୍ଟ 2 ରେ ଦକ୍ଷିଣ ଓଡିଶା ଓ 3 ରେ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବ । ସେହିପରି 4 ତାରିଖରେ ଉତର ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏବେ ସୁଧା 20 ପ୍ରତିଶତ କମ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର କହିଛି ।