ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ବିଜେପି ଏବଂ ଶାସକ ବିଜେଡିର ମିଳିତ ସରକାର ଚାଲିଛି ବୋଲି କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି ଅଭିଯୋଗ କରିଛନ୍ତି । ଉଭୟ ବିଜେପି ଏବଂ ବିଜେଡି ନାମକୁ ମାତ୍ର ରାଜ୍ୟରେ ପରସ୍ପରକୁ ବିରୋଧ କରୁଛନ୍ତି ମାତ୍ର ପରୋକ୍ଷରେ ଉଭୟ ମିଳିତ ଭାବରେ ସରକାର ପରିଚାଳନା କରୁଛନ୍ତି ବୋଲି ତାରା କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ସମଦୂରତ୍ବ ବିଷୟରେ କହୁଥିଲେ ମଧ୍ୟ ଭିତରେ ବିଜେପିକୁ ସମର୍ଥନ କରୁଛନ୍ତି । ଏପରିକି ନବୀନ ଟ୍ରିପଲ୍ ତଲାକ ଏବଂ ଆରଟିଆଇ ବିଲ୍ରେ ସମର୍ଥନ ନିମନ୍ତେ ଦଳୀୟ ହ୍ବିପ୍ ମଧ୍ୟ ଜାରି କରିଛନ୍ତି । ନିର୍ବାଚନ ସମୟରେ ସାଧାରଣ ଜନତାଙ୍କୁ ଭକୁଆ ବନାଇ ଏହି ଦଳ ପରସ୍ପରକୁ ଦୋଷାରୋପ କରୁଛନ୍ତି ମାତ୍ର ପରଦା ପଛରେ ଉଭୟ ଦଳ କୁତ୍ସିତ ରାଜନୀତି କରୁଛନ୍ତି ବୋଲି ତାରା ଅଭିଯୋଗ କରିଛନ୍ତି ।