ପ୍ରଥମ ଥର ପାଇଁ ଦେଶରେ ହାଇକୋର୍ଟର ସିଟିଙ୍ଗ୍ ଜଜ (ଅବସ୍ଥାପିତ ବିଚାରପତି)ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଭାରତ ଇତିହାସରେ ପ୍ରଥମଥର ପାଇଁ ଏପରି ଏକ ମାମଲା ହୋଇଛି । ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗେଇ ଏଥିପାଇଁ ଅନୁମତି ଦେଇଛନ୍ତି । ଆଲ୍ଲାବାଦ ହାଇକୋର୍ଟର ଜଷ୍ଟିସ୍ ଏସଏନ ଶୁକ୍ଳାଙ୍କ ବିରୋଧରେ ଭ୍ରଷ୍ଟାଚାରୀ ନିରୋଧୀ କାନୁନ ଆଧାରରେ ସିବିଆଇକୁ ମକଦ୍ଦମା ରୁଜୁ ପାଇଁ ମୁଖ୍ୟ ନ୍ୟାୟାଧୀଶ ଅନୁମତି ଦେଇଛନ୍ତି। ତେବେ ହାଇକୋର୍ଟର କୌଣସୀ ସିଟିଙ୍ଗ୍ ଜଜଙ୍କ ବିରୋଧରେ ଏଭଳି ପ୍ରଥମ ଥର ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ହାଇକୋର୍ଟ ଜଷ୍ଟିସ୍ ଏସଏନ.ଶୁକ୍ଳାଙ୍କ ବିରୋଧରେ ଭ୍ରଷ୍ଟାଚାରରେ ଲିପ୍ତ ଥିବା ଗମ୍ଭୀର ଅଭିଯୋଗ ହୋଇଛି । ୟୁପିର ମେଡିକାଲ କଲେଜରେ ଏମବିବିଏସ୍ ପ୍ରବେଶ ପାଇଁ ସେ ନିଜର କ୍ଷମତାର ଦୂରୁପଯୋଗ କରି ହେରଫେର କରିଥିବା ଅଭିଯୋଗ ହୋଇଥିଲା । ଏହି କାରଣରୁ ତାଙ୍କ ଉପରେ ୨୦୧୮ରେ ସେ କୌଣସୀ ନ୍ୟାୟିକ ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ପ୍ରତିବନ୍ଧକ ଲାଗିଥିଲା । ସିଜେଆଇ ଏହି ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ଜୁନ୍ ମାସରେ ପତ୍ର ଲେଖି ସଂସଦରେ ଅଭିଯୋଗ ଆଣି ଜଷ୍ଟିସ୍ ଶୁକ୍ଲାଙ୍କୁ ପଦରୁ ହଟାଇବା ପାଇଁ ଦାବି ମଧ୍ୟ କରିଥିଲେ ।