The Samikhsya Desk: ସ୍ୱତନ୍ତ୍ର ସାରାଂଶ ସଂଶୋଧନ (SSR) ପ୍ରକ୍ରିୟା ମାଧ୍ୟମରେ ଅପଡେଟ୍ ଭୋଟର ତାଲିକା ପ୍ରକାଶ ପାଇବା ପରେ ନିର୍ବାଚନ କମିଶନ ଅକ୍ଟୋବରରେ ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି । ଏ ନେଇ ଏକ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି।
ଦୁର୍ଗା ପୂଜା ଏବଂ ଦଶହରାର ଠିକ୍ ପରେ ଅକ୍ଟୋବରର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ କାର୍ଯ୍ୟସୂଚୀ ଘୋଷଣା କରାଯାଇପାରେ। ବିହାରରେ ଭୋଟ ଗ୍ରହଣ ଦୁଇଟି କିମ୍ବା ତିନୋଟି ପର୍ଯ୍ୟାୟରେ ହେବାର ଆଶା କରାଯାଉଛି। ସମ୍ଭବତଃ ଛଠ ପୂଜା ପରେ ଭୋଟ ଗ୍ରହଣ କରାଯିବ ବୋଲି କୁହାଯାଉଛି। ସେଥିପାଇଁ ନେଭମ୍ବର ପ୍ରଥମ ସପ୍ତାହରେ ହେବ ବୋଲି ଏହି ଗଣମାଧ୍ୟମରେ ପ୍ରକାଷ ପାଇଛି।
ଭୋଟ୍ ଗଣନା ନଭେମ୍ବର 15 ରୁ 20 ମଧ୍ୟରେ ହୋଇପାରେ ଏବଂ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ନଭେମ୍ବର 22 ପୂର୍ବରୁ ଶେଷ ହେବ।