The Samikhsya Desk: ଆସନ୍ତାକାଲି ବ୍ୟାଙ୍କ ବନ୍ଦ ଅଛି ନା ଖୋଲା ଅଛି। ଏ ନେଇ ବିଭିନ୍ନ ମହଲରେ ଦ୍ବନ୍ଦ ସୃଶ୍ଟି ହୋଇଛି। କାରଣ ହେଉଛି ଆସନ୍ତା କାଲି ହେଉଛି ଗୁରୁ ଦିବସ। ଏଥିସହିତ ମୁସଲମାନ ସଂପ୍ରଦାୟଙ୍କର ଏକ ପର୍ବ ଆସନ୍ତାକାଲି ରହିଛି। ସେଥିପାଇଁ ଏହି ଦିନରେ ବ୍ୟାଙ୍କ ଛୁଟି ରହୁଛି କି ନାହିଁ ସେ ନେଇ ଗ୍ରାହକମାନେ ଦ୍ବନ୍ଦରେ ଅଛନ୍ତି।
ତେବେ ସତ ହେଲା ଆସନ୍ତାକାଲି କେତେକ ରାଜ୍ୟରେ ବ୍ୟାଙ୍କ ଛୁଟି ରହୁଛି। ସେପ୍ଟେମ୍ବର 5 ତାରିଖ ଶୁକ୍ରବାରରେ ଦୁଇଟି ପର୍ବ ଅଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଛୁଟି ତାଲିକା ଅନୁଯାୟୀ, ଈଦ୍-ଏ-ମିଲାଦ୍ ଉନ୍-ନବି ଏବଂ ଥିରୁଭୋନମ୍ ବା ଓନମ୍ ପର୍ବ ଯୋଗୁଁ ଏହି ଦିନ ସରକାରୀ ଏବଂ ବେସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକ କେତେକ ରାଜ୍ୟରେ ବନ୍ଦ ରହିବ।
ଯଦି ଆପଣ ବ୍ୟାଙ୍କକୁ ଯିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ଖୋଲା ଅଛି କି ବନ୍ଦ ଅଛି ତାହା ଯାଞ୍ଚ କରିବା ଉଚିତ। ଯେହେତୁ ଏହା ଗେଜେଟେଡ୍ ଛୁଟି ନୁହେଁ, ତେଣୁ ଅନେକ ରାଜ୍ୟର ବ୍ୟାଙ୍କଗୁଡ଼ିକ ନିୟମିତ ଦିନ ପରି ଖୋଲା ରହିବ। ଓଡିଶାରେ ପ୍ରାୟ ବ୍ୟାଙ୍କ ଆସନ୍ତାକାଲି ଖୋଲା ରହୁଛି।
Read More- Fastrack, India’s leading youth smartwatch brand, announced the launch of Fastrack MYND, an AI-powered smartwatch designed for consumers comfortable with AI. At a time when AI is reshaping the global wearables market (CLICK HERE)