ଭୁବନେଶ୍ଵର: ଲିଙ୍କ ଟ୍ରେନର ବିଳମ୍ବ ଯୋଗୁଁ ନିମ୍ନଲିଖିତ ଟ୍ରେନର ପୁନଃନିର୍ଦ୍ଧାରଣ କରାଯାଇଛି। ତେଣୁ ଯେଉଁମାନେ ଏହି ଟ୍ରେନରେ ଯାତ୍ରା କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି, ସେମାନଙ୍କ ପାଇଁ ଏହି ଖବର ଗୁରୁତ୍ୱପୂର୍ଣ୍ଣ।
୦୪.୦୯.୨୦୨୫ ରେ ୨୦:୪୫ ଘଣ୍ଟାରେ ପୁରୀରୁ ଛାଡିବାକୁ ଥିବା ଟ୍ରେନ ନମ୍ବର ୧୮୪୭୭ ପୁରୀ-ଋଷିକେଶ ଉତ୍କଳ ଏକ୍ସପ୍ରେସ ଏବେ ୦୫.୦୯.୨୦୨୫ ରେ ୦୭:୦୦ ଘଣ୍ଟାରେ ପୁରୀରୁ ଛାଡିବ।
ଯାତ୍ରୀମାନଙ୍କୁ ଅନୁରୋଧ କରାଯାଉଛି ଯେ, ଦୟାକରି ଏହି ପରିବର୍ତ୍ତନକୁ ଧ୍ୟାନ ଦିଅନ୍ତୁ ଏବଂ ସେହି ଅନୁସାରେ ଯାତ୍ରା ଯୋଜନା କରନ୍ତୁ।