Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟ ବାହାରେ ବଜାର ବିସ୍ତାର କଲା ଓମ୍ଫେଡ୍
ଆଜିର ଖବର

ରାଜ୍ୟ ବାହାରେ ବଜାର ବିସ୍ତାର କଲା ଓମ୍ଫେଡ୍

September 5, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓମ୍ଫେଡ୍
ରାଜ୍ୟ ବାହାରେ ବଜାର ବିସ୍ତାର କଲା ଓମ୍ଫେଡ୍
ଭୁବନେଶ୍ଵର: ଓଡିଶାର ଦୁଗ୍ଧଜାତ ଦ୍ରବ୍ୟ ଏବେ ଦିଲ୍ଲୀରେ ଉପଲବ୍ଧ। ଓଡିଶା ରାଜ୍ୟ ଦୁଗ୍ଧ ସମବାୟ ଉତ୍ପାଦକ ଫେଡେରେସନ ଲିମିଟେଡ୍ ବା ଓମଫେଡ୍ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଦୁଗ୍ଧଜାତ ଉତ୍ପାଦ ଯଥା ଗାଈ ଘିଅ, ଫ୍ଳେଭର ମିଲ୍କ, ଛେନାପୋଡ, ପେଡା, ଆଇସକ୍ରିମ, ମିଠା ଓ ସାଧା ଦହି ଆଦି ବିଭିନ୍ନ ସ୍ୱାଦିଷ୍ଠ ଓ ଉତ୍ତମ ଗୁଣବତ୍ତା ଜିନିଷ ଉପଲବ୍ଧ ହେବ ସୂଦୁର ନୂଆ ଦିଲ୍ଲୀରେ। ଦୀର୍ଘ ୪୫ ବର୍ଷ ହେଲା ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀଙ୍କର ଆର୍ଥିକ ବିକାଶରେ ସହାୟକ ହୋଇଆସିଥିବା ଓମ୍ଫେଡ୍ ଏବେ ରାଜ୍ୟ ବାହାରେ ତାର କାୟା ବିସ୍ତାର କରିଚାଲିଛି। ଓଡିଶା ନିବାସଠାରେ ଓମ୍ଫେଡ୍ ପକ୍ଷରୁ ଏକ ଷ୍ଟଲ ଖୋଲାଯିବା ପରେ ଏବେ ଦିଲ୍ଲୀର ହାଉସ ଖସ୍ ଜଗନ୍ନାଥ ମନ୍ଦିର ନିକଟରେ ଆଉ ଏକ ଷ୍ଟଲ ଖୋଲିବା ପାଇଁ ଦାବି ହୋଇଛି। ଏ ସଂପର୍କରେ ହାଉସ ଖସ୍ ଜଗନ୍ନାଥ ମନ୍ଦିରର ଉପସଭାପତି ଗଜେନ୍ଦ୍ର ପ୍ରସାଦ ସାମନ୍ତ ଓ ସଂପଦାକ ରବିନ୍ଦ୍ର ନାଥ ପ୍ରଧାନ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ଖୋଦ୍ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ଓମ୍ଫେଡ୍ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ।
ସେପ୍ଟେମ୍ବର ୩ ତାରିଖ ଦିନ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ମାନ୍ୟବର ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟଶାଖା ବିଜେପି ସଭାପତି ମନମୋହନ ସାମଲଙ୍କ ସହ ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ, ଦିଲ୍ଲୀରେ ବସବାସ କରୁଥିବା ବିଭିନ୍ନ ଓଡିଆ ସଂଗଠନର, ଶତିଧିକ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଓମ୍ଫେଡ୍ କାଫେ ଓ କୋରାପୁଟ କଫି କାଫେର ଉଦଘାଟନ ହୋଇଯାଇଛି।
ଓମଫେଡ୍ ଘିଅ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଲାଗି ହେବା ପରେ ଦିଲ୍ଲୀର ସମସ୍ତ ମନ୍ଦିରରେ ଓମ୍ଫେଡ ଘିଅ ଭୋଗ କରିବାକୁ ଦୀର୍ଘ ଦିନରୁ ବିଭିନ୍ନ ଓଡିଆ ସଂଗଠନ ଦାବି କରିଆସୁଥିଲେ। ଅନେକ ସମୟରେ ସେମାନଙ୍କ ନିକଟକୁ ଓମଫେଡ୍ ଉତ୍ପାଦ ପଠାଇବାରେ ମଧ୍ୟ ସମସ୍ୟା ହେଉଥିଲା। ମାତ୍ର ଏଣିକି ଦିଲ୍ଲୀରେ ରହୁଥିବା କେବଳ ଓଡିଆ ନୁହଁନ୍ତି, ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ବା ବସବାସ କରୁଥିବା ଲୋକେ ମଧ୍ୟ ଓମ୍ଫେଡ ଉତ୍ପାଦ ପାଇପାରିବେ।
ସଂପ୍ରତି ଦିଲ୍ଲୀରେ ୧୪ ତାରିଖରୁ ଅଧିକ ଜଗନ୍ନାଥ ମନ୍ଦିର ରହିଛି। ୧୫ ଲକ୍ଷରୁ ଅଧିକ ଓଡିଆ ବସବାସ କରୁଛନ୍ତି। ସେମାନଙ୍କ ନିକଟରେ ଓମ୍ଫେଡ୍ ଉତ୍ପାଦ ପହଞ୍ଚାଇବା ପାଇଁ ଓମ୍ଫେଡ ତଥା ରାଜ୍ୟସରକାରଙ୍କର ଏହି ପ୍ରୟାସକୁ ଦିଲ୍ଲୀର ଓଡିଆ ସମାଜ ତଥା ବ୍ୟକ୍ତି ବିଶେଷ ସ୍ୱାଗତ ଜଣାଇବା ସହ ରାଜ୍ୟ ସରକାର ଓ ଓମ୍ଫେଡକୁ ସାଧୁବାଦ ଜଣାଇଛନ୍ତି। ଏବେ ହାଉସ ଖାସ ଜଗନ୍ନାଥ ମନ୍ଦିରରୁ ଓମ୍ଫେଡ୍ ଘିଅ ବିଭିନ୍ନ ମନ୍ଦିରକୁ ଯାଉଛି  ଏବଂ ସାଧାରଣ ଲୋକେ ମଧ୍ୟ ନେଉନ୍ତି। ମାତ୍ର ଓଡିଶା ନିବାସରେ ଆଉ ଏକ ଷ୍ଟଲ ଖୋଲାଯିବା ଫଳରେ ସହଜ ଉପଲବ୍ଧ ହୋଇପାରିବ। କେବଳ ଘିଅ ନୁହେଁ, ଦିର୍ଘ ରହିପାରୁଥିବା ଓମ୍ଫେଡର ବିଭିନ୍ନ ଉତ୍ପାଦ ମଧ୍ୟ ଏଠାରେ ଉପଲବ୍ଧ ହେଉଛି।
କେବଳ ଦିଲ୍ଲୀ ନୁହେଁ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଓମ୍ଫେଡ୍ ଷ୍ଟଲ ଖୋଲିବା ସହ ବିଶ୍ୱଦରବାରେ ଓମ୍ଫେଡ୍ ଏବଂ କଫିକୁ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଉଦ୍ୟମ କରିବେ ବୋଲି କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି।
ଓମ୍ଫେଡ୍ ଦୁଗ୍ଧଠାରୁ ଆରମ୍ଭ କରି ଏହାର ସମସ୍ତ ଉତ୍ପାଦର ଗୁଣବତ୍ତା ରକ୍ଷା କରିଆସିଛି। ଉତ୍ତମ ସ୍ୱାଦ୍ୱ ଓ ଗୁଣବତ୍ତାର ସୁସ୍ୱାଦୁ ଉତ୍ପାଦ ତାର ଗ୍ରାହକମାନଙ୍କୁ ଦେବା ପାଇଁ ଉଦ୍ୟମ ଜାରି ରହିଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟକର ପରିବେଶରେ ପ୍ରାକୃତିକ ଉପାୟରେ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ଓ ପ୍ରସ୍ତୁତି ହେଉଛି। ଅତ୍ୟାଧୁନିକ ସ୍ୱୟଂଚାଳିତ ମେସିନର ବ୍ୟବହାର ହେଉଛି।
ଓମ୍ଫେଡ୍ ସହିତ ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀ ପରିବାରଙ୍କ ଜୀବନ ଜୀବିକା ସହ ଯୋଡି ହୋଇ ରହିଛି। କେବଳ ସେତିକି ନୁହଁ, ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ମଧ୍ୟ ହଜାର ହଜାର ପରିବାରଙ୍କ ଜୀବିକା ନିର୍ବାହ କରୁଛନ୍ତି। ଓଡିଆ ଅସ୍ମିତା ସହିତ ଜଡିତ ଓମ୍ପେଡ୍ ଓଡିଶାର ଆର୍ଥିକ ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସଶକ୍ତ କରିପାରିଛି।
ଏହା ସହିତ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କରି ଆହୁରି ଲକ୍ଷ ଲକ୍ଷ ଶିକ୍ଷିତ ବେକାର ଯୁବତୀଙ୍କୁ ଗୋପାଳନ ପାଇଁ ସବସିଡ୍ ଦେଇ ପ୍ରୋତ୍ସାହିତ କରୁଛନ୍ତି। ଏହାକୁ ଏକ ଶିଳ୍ପରେ ପରିଣତ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଗୋପାଳନ, ଘାସ ଚାଷ, ଗୋଖାଦ୍ୟ ଉତ୍ପାଦନ, ଗୋବରରୁ ବାୟୋଗ୍ୟାସ୍ ପ୍ରସ୍ତୁତ ସହ ଖତ ଆଦି କରିବା ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଫଳରେ ଦୁଗ୍ଧ ଉତ୍ପାଦନରେ ଓଡିଶା ଆତ୍ମ ନିର୍ଭରଶୀଳ  ହେବା ସହ ବେକାରୀ ସମସ୍ୟା ଦୂରୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି ବୋଲି ମାନ୍ୟବର ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଆଗାମୀ ଦିନରେ ଓମ୍ଫେଡ୍ ଆହୁରି ଅନେକ ନୂଆ ନୂଆ ଉତ୍ପାଦ ବଜାରକୁ ଛାଡିବା ସହ ଏହାର ବଜାର ଗ୍ରାମାଞ୍ଚଳକୁ ବିସ୍ତାର କରିବା ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର ବୋଲି ସେ କହିଛନ୍ତି।
ଓମ୍‌ଫେଡ୍‌ ଦୁଗ୍ଧଜାତ ଦ୍ରବ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଏପ୍ରିଲ ୭ ତାରିଖ ଏହି ଚାରୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 7, 2026

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026
Latest News

ଆଜି ଏପ୍ରିଲ ୭ ତାରିଖ ଏହି ଚାରୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 7, 2026

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.