ଭୁବନେଶ୍ଵର: ପବିତ୍ର ‘ଗୁରୁ ଦିବସ’ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସମ୍ମାନଜନକ ‘ଜାତୀୟ ଶିକ୍ଷକ ପୁରସ୍କାର- ୨୦୨୫’ରେ ସମ୍ମାନିତ ହୋଇଛନ୍ତି ଓଡ଼ିଶାର ସୁରେଶ କୁମାର ମହାନ୍ତି। ଏହାପରେ ଶ୍ରୀଯୁକ୍ତ ମହାନ୍ତିଙ୍କୁ ଓଡିଶା ଆଇଟିଆଇ ଷ୍ଟାଫ୍ ଆସୋସିଏସନ ଶୁଭେଚ୍ଛା ଜଣାଇଛି। ବୈଷୟିକ ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ସଫଳତା ସାରା ରାଜ୍ୟ ପାଇଁ ଗୌରବର ବିଷୟ।
ଆସୋସିଏସନ ର ସାଧାରଣ ସମ୍ପାଦକ ବିଜୟ ମଲ୍ଲ କହିଛନ୍ତି ଯେ, ଓଡ଼ିଶାର ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ଅଭିନବ ଶିକ୍ଷା ପ୍ରଦାନ କରିବା ଦିଗରେ ଆପଣମାନଙ୍କ ଭଳି ଶିକ୍ଷକଙ୍କ ନିଷ୍ଠା ଏବଂ ପାଠ ପଢାଇବାର ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ। ଆପଣଙ୍କ ଅବଦାନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଭବିଷ୍ୟତରେ ଆହୁରି ସଫଳତା କାମନା କରୁଛି।