ବିଜେପି ବିଧାୟକ ବିଶ୍ବେଶ୍ବର ହେଗେଡ୍ କାଗେରୀ ହେଲେ କର୍ଣ୍ଣାଟକ ବିଧାନସଭାର ନୂତନ ବାଚସ୍ପତି । ବିଧାନସଭା ବାଚସ୍ପତି ପଦରୁ କେଆର ରମେଶ ଇସ୍ତଫା ଦେବା ପରେ ମଙ୍ଗଳବାର ଦିନ ବିଶ୍ବେଶ୍ବର ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିନା ପ୍ରତିଦ୍ବନ୍ଦ୍ବୀରେ ବିଜୟୀ ହୋଇଛନ୍ତି କାଗେରୀ । କାଗେରୀ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ ସକ୍ରିୟ ସଦସ୍ୟ ରହି ରାଜନୈତିକ ମଇଦାନରେ ଓହ୍ଲାଇଥିଲେ । କଗେରୀ ୧୯୯୪ରେ କର୍ଣ୍ଣାଟକର ଅଙ୍କୋଲା ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ପୂର୍ବରୁ ବିଶ୍ବେଶ୍ବର ହେଗେଡ୍ କାଗେରୀ ବିଜେପି ସରକାରରେ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ମଧ୍ୟ ତୁଲାଇ ସାରିଛନ୍ତି । ବିଜେପରି ବରିଷ୍ଠ ବିଧାୟକ କାଗେରୀ ନିଜ ରାଜନୈତିକ କ୍ୟାରିଅରରେ ୬ଥର ବିଧାୟକ ହୋଇଥିବାବେଳେ ସଦନର ସମସ୍ତ ଦଳ ନେତାଙ୍କ ସହ ତାଙ୍କ ଉତ୍ତମ ସମ୍ପର୍କ ରହିଛି । ବେଶ୍ କିଛି ଦିନ ଧରି କର୍ଣ୍ଣାଟକରେ ରାଜନୈତିକ ସଂକଟ ଚାଲିଥିଲା । କଂଗ୍ରେସ-ଜେଡିଏସ୍ ମହାମେଣ୍ଟ ଆସ୍ଥା ଭୋଟ୍ରେ ହାରି ସରକାର ଭାଙ୍ଗିଥିବାବେଳେ ବିଜେପି ସରକାର ଗଠନ କରି ଆସ୍ଥା ଭୋଜନରେ ବିଜୟୀ ହୋଇଥିଲା । ଏହାପରେ କର୍ଣ୍ଣାଟକ ବିଧାନସଭାର ବାଚସ୍ପତି କେଆର ରମେଶ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ।
କର୍ଣ୍ଣାଟକର ନୂତନ ବାଚସ୍ପତି ହେଲେ ବିଶ୍ବେଶ୍ବର ହେଗେଡ୍ କାଗେରୀ
Published:
Jul 31, 2019, 1:46 pm IST
Tags: