ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜେଇ ଚାଲାଣ ବେଳେ ଦୁଇ ଅଭିଯୁକ୍ତଙ୍କୁ ଭଞ୍ଜନଗର ପୋଲିସ୍ ଗିରଫ କରିଛି। ଭଞ୍ଜନଗର ସହରର ବଡ଼କୋଦଣ୍ଡା ଗ୍ରାମ ଛକଠାରେ ଉଭୟଙ୍କୁ ଗିରଫ କରାଯାଇଥିବା ବେଳେ ଭଞ୍ଜନଗର ଅଦାଲତକୁ ଚାଲାଣ କରାଯାଇଥିବା ଜଣାପଡିଛି। ଏନ୍ ଡି ପି ଏସ୍ ଆଇନ ଅନୁଯାୟୀ ଦୁଇ ଅଭିଯୁକ୍ତ ପାଣୁ ସାହୁ ଓ ରାଜେନ୍ଦ୍ର ପାଢ଼ୀଙ୍କୁ ଚାଲାଣ କିରାଯାଇଥିବା ଭଞ୍ଜନଗର ଥାନାଧିକାରୀଙ୍କ ଠାରୁ ପ୍ରକାଶ।
ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ଠାରୁ ପ୍ରକାଶ ଯେ, ଅଭିଯୁକ୍ତ ପାଣୁ ସାହୁଙ୍କ ଘର ରେନବୋ କଲୋନୀ କୋଦଣ୍ଡା ଛକ ଭଞ୍ଜନଗର ଏବଂ ରାଜେନ୍ଦ୍ର ପାଢ଼ୀ ର ଘର ଶାନ୍ତି ନଗର, କୋଦଣ୍ଡା ଛକ ଭଞ୍ଜନଗର। ଉଭୟେ ମିଶି ଗଞ୍ଜେଇ ଚାଲାଣ କରୁଥିବା ସମୟରେ ପୋଲିସ୍ ହାତରେ ଧରାପଡିଥିଲେ। ଅଭିଯୁକ୍ତ ମାନେ ଗୋଛାପଡା ରୁ ଭଞ୍ଜନଗରକ ଅବୈଧ ମାଦକ ଦ୍ରବ୍ୟ ପରିବହନ କରୁଥିବାବେଳେ ଭଞ୍ଜନଗର ପୋଲିସ୍ ଦ୍ଵାରା ଧରାପଡ଼ିଛନ୍ତି।
ସେମାନଙ୍କ ଠାରୁ ୧୩ କିଲୋ ୪୭୦ ଗ୍ରାମ ଓଜନର ଗଞ୍ଜେଇ ସହିତ ଏକ ହୋଣ୍ଡା ୧୨୫ ମୋଟରସାଇକେଲ, ନଗଦ ୨୮୨୦ ଟଙ୍କା ଓ ଦୁଇଟି ମୋବାଇଲ ଫୋନ୍ ଜବତ୍ କରାଯାଇଥିବା ସୁଚନା ମିଳିଛି।