The Samikhsya Desk: ବିନା ପିଆଜ ରସୁଣରେ ତରକାରୀ ସ୍ବାଦହୀନ ହୋଇଯାଏ। ହେଲେ ବେଳେବେଳେ ପୂଜା ପାର୍ବଣ ବେଳେ ବିନା ପିଆଜ ରସୁଣର ଖାଦ୍ୟ ଖାଇବାକୁ ପଡେ। ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ଭାରତରେ ଏପରି ଏକ ସହର ଅଛି ଯେଉଁଠି ପିଆଜ ରସୁଣ ପୁରା ନିଷେଧ। କେବଳ ଖାଇବା ନୁହେଁ ଏପରିକି ଚାଷ କରିବାକୁ ମଧ୍ୟ ମନା କରାଯାଇଛି।
ଏହି ସହରବାସୀଙ୍କର ଏକ ଧର୍ମ ବିଶ୍ବାସ ରହିଛି ଯେ, ପିଆଜ ରସୁଣ ଖାଇଲେ ଦେବତାମାନେ ରାଗି ଉଠନ୍ତି। ସାଧାରଣତଃ ହିନ୍ଦୁ ଧର୍ମରେ ପିଆଜ ରସୁଣ ଭୋଗ ଆଦି କାର୍ଯ୍ୟରେ ସଂପୂର୍ଣ୍ଣ ନିଷେଧ କରାଯାଇଥାଏ। ତାହାକୁ ଗ୍ରହଣ କରି ସେହି ଅଞ୍ଚଳବାସୀ କେବେ ବି ପିଆଜ ରସୁଣ ଖାଉ ନାହାଁନ୍ତି। ସେତିକି ନୁହେଁ ସେହି ଅଞ୍ଚଳରେ ଯେତେ ହୋଟେଲ ରହିଛି ସେଠାରେ ଆମିଷ ଦୂରେ ଥାଉ ପିଆଜ ରସୁଣ ମଧ୍ୟ ରନ୍ଧା କାର୍ଯ୍ୟରେ ବ୍ୟବହାର କରନ୍ତି।
ଏ ନେଇ ସେଠାକାର ଜଣେ ବାସିନ୍ଦା କୁହନ୍ତି ଯେ, ବହୁ କାଳରୁ ତାଙ୍କର ପୂର୍ବ ପୁରୁଷ ପିଆଜ ରସୁଣ ଖାଆନ୍ତି ନାହିଁ। ଧର୍ମ ବିଶ୍ବାସକୁ ଦୃଷ୍ଟିରେ ରଖି ସେମାନେ ତାହାକୁ ନିଷେଧ କରିଛନ୍ତି। ସେହିଦିନଠାରୁ ଏହି ଅ଼ଞ୍ଚଳବାସୀ ତାହା ପାଳନ କରିଆସୁଛନ୍ତି। ଏପରିକି କାଳେ ଚାଷ କଲେ କିଏ ଖାଇଦେବ ସେଥିପାଇଁ ପିଆଜରସୁଣ ଚାଷକୁ ମଧ୍ୟ ଏହି ଅଞ୍ଚଳରେ ନିଷେଧ କରାଯାଇଛି। ତେବେ ଏହି ସ୍ଥାନଟି ହେଉଛି ସେହି ସହରଟି ହେଉଛି ଜାମ୍ମୁ କାଶ୍ମୀରର କାତ୍ରା। ମାତା ବୈଷ୍ଣବଦେବୀକୁ ଯିବା ପାଇଁ ଆରମ୍ଭ ସ୍ଥଳ ହେଉଛି କାତ୍ରା। ଯାତ୍ରୀମାନେ ଏହି ସ୍ଥାନରେ ପହଞ୍ଚିବା ପରେ 14 କିଲୋମିଟର ଉଚ୍ଚତା ବିିଶିଷ୍ଟ ପାହାଡ ଉପରେ ଥିବା ବୈଷ୍ଣବଦେବୀଙ୍କ ମନ୍ଦିରକୁ ଯାଇଥାନ୍ତି।