The Samikhsya Desk: ଷ୍ଟାରଲିଙ୍କ୍ ଇଣ୍ଡିଆ ଲଞ୍ଚ କରିବା ପାଇଁ ଏଲୋନ୍ ମସ୍କଙ୍କ କମ୍ପାନୀ ଭିତ୍ତିଭୂମି ସ୍ଥାପନ ପାଇଁ କାର୍ଯ୍ୟ ଆରମ୍ଭ କରିଛି। ଏଥିପାଇଁ କମ୍ପାନୀ ଡାଟା ସେଣ୍ଟର ଅପରେଟର, ଇଣ୍ଟରନେଟ୍ ଏକ୍ସଚେଞ୍ଜ ପ୍ରଦାତା, ଫାଇବର ପ୍ଲେୟାର୍ ଏବଂ ଟେଲିକମ୍ ପ୍ରମୁଖଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ଆରମ୍ଭ କରିଛି।
ଏହି କାର୍ଯ୍ୟ ଉପରେ ଅବଗତ ଥିବା ଅଧିକାରୀଙ୍କ ଅନୁସାରେ ଷ୍ଟାରଲିଙ୍କ୍ ଡାଟା ସେଣ୍ଟର ଅପରେଟରଙ୍କ ସହିତ କଥାବାର୍ତ୍ତା ଆରମ୍ଭ ହୋଇଛି। ସେମାନଙ୍କ ମଧ୍ୟରେ ସିଫାଇ ଟେକ୍ନୋଲୋଜିଜ୍, STT, ଇକ୍ୱିନିକ୍ସ ଏବଂ CtrlS ଡାଟାସେଣ୍ଟର, ଇଣ୍ଟରନେଟ୍ ଏକ୍ସଚେଞ୍ଜ, DE-CIX ଏବଂ ଏକ୍ସଟ୍ରିମ କଂପାନୀ ରହିଛି। ସେହିପରି ଫାଇବର ଭିତ୍ତିଭୂମି କମ୍ପାନୀ – ମାଇକ୍ରୋସ୍କାନ୍, ଏବଂ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ୍, ରିଲାଏନ୍ସ ଜିଓ ଏବଂ ଟାଟା କମ୍ୟୁନିକେସନ୍ସ ସହିତ ଆଲୋଚନା କରିଛି।