ଭୁବନେଶ୍ଵର: ଯାତ୍ରୀ ସୁବିଧା ଏବଂ ଆଞ୍ଚଳିକ ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ଭାରତୀୟ ରେଳବାଇର ପ୍ରତିବଦ୍ଧତା ଅନୁଯାୟୀ, ବେଲପାହାଡ଼ ଷ୍ଟେସନରେ ଟ୍ରେନ୍ ନମ୍ବର 20807/20808 ବିଶାଖାପାଟଣା-ଅମୃତସର-ବିଶାଖାପାଟଣା ହୀରାକୁଦ ଏକ୍ସପ୍ରେସ୍ ପାଇଁ ଏକ ପରୀକ୍ଷାମୂଳକ ରହଣି ଆରମ୍ଭ କରାଯାଇଛି।
ଟ୍ରେନ୍ ନମ୍ବର 20807 ବିଶାଖାପାଟଣା-ଅମୃତସର ହୀରାକୁଦ ଏକ୍ସପ୍ରେସ୍ ଏବେ ବେଲପାହାଡ଼ରେ 15:02 ଘଣ୍ଟାରେ ଅଟକିବ, 15:04 ଘଣ୍ଟାରେ ଛାଡ଼ିବ।
ଟ୍ରେନ୍ ନମ୍ବର 20808 ଅମୃତସର-ବିଶାଖାପାଟଣା ହୀରାକୁଦ ଏକ୍ସପ୍ରେସ୍ ବେଲପାହାଡ଼ରେ 06:44 ଘଣ୍ଟାରେ ଅଟକିବ, 06:46 ଘଣ୍ଟାରେ ଛାଡ଼ିବ।
ସ୍ଥାନୀୟ ଯାତ୍ରୀଙ୍କ ଆବଶ୍ୟକତା ପୂରଣ କରିବା ଏବଂ ଅଞ୍ଚଳରେ ସଂଯୋଗୀକରଣକୁ ଆହୁରି ବୃଦ୍ଧି କରିବା ପାଇଁ ଏହି ନୂତନ ସୁବିଧା ପରୀକ୍ଷାମୂଳକ ଭାବରେ ଯୋଗାଇ ଦିଆଯାଇଛି। ଯାତ୍ରୀମାନଙ୍କୁ ଏହି ନୂତନ ରହଣିର ବ୍ୟବହାର କରିବାକୁ ଏବଂ ସେବା ଉପରେ ମତାମତ ଦେବାକୁ ଉତ୍ସାହିତ କରାଯାଉଛି।