ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ ଜନ ସାଧାରଣ ମାନଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡ଼ିକୁ ବିଚାର କରି ତ୍ଵରିତ ନ୍ୟାୟ ପ୍ରଦାନ ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ନୂତନ ଭାବେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଆଜିଠାରୁ ସମଗ୍ର ଜିଲ୍ଲାରେ ଆରମ୍ଭ କରିଛନ୍ତି। ପ୍ରଶାସନିକ ବ୍ୟବସ୍ଥାକୁ ଅଧିକରୁ ଅଧିକ ସରଳୀକରଣ କରି ପ୍ରତ୍ୟେକ ଯୋଜନାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଉପଲବ୍ଧ କରାଇବା ସହ ସେମାନଙ୍କର ଜୀବନ ଜୀବିକା ଶୈଳୀରେ ଉନ୍ନତି ଆଣିବା ଓ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ଦୃତ ଗତିରେ କରାଇବା ଲକ୍ଷନେଇ ଏହି କାର୍ଯ୍ୟକ୍ରମ ଆଜିଠାରୁ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏ ପଲ୍ଲୀ (ପଂଚାୟତରେ) ଶୁଭାରମ୍ଭ ହୋଇଛି।
ଖୋର୍ଦ୍ଧା ବ୍ଲକର ବାଜପୁର, ବାଣପୁର ବ୍ଲକର ଭେଟେଶ୍ୱର୍, ବେଗୁନିଆ ବ୍ଲକର କନ୍ତାବାଡ, ବୋଲଗଡ଼ ବ୍ଲକର ବୋଲଗଡ଼, ଟାଙ୍ଗିବ୍ଲକ୍ ର ବଡପାରି ସମେତ ଚିଲିକା ବ୍ଲକ୍ ଅଧୀନ ହରିପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନର ପଲ୍ଲୀରେ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି।
ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହରିପୁର ଗ୍ରାମ ପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ ଜନଶୁଣାଣି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ପୂର୍ତ୍ତ, ଆଇନ ଓ ଅବକାରୀ ପୃଥ୍ବୀରାଜ୍ ହରିଚନ୍ଦନ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ବନଖଣ୍ଡ ଅଧିକାରୀ ଲାଡେ ଗଜାନନ ଦୟାନନ୍ଦ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଖୋର୍ଦ୍ଧା ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ଚିଲିକା ପଂଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତ୍ସ୍ନା ରାଣୀ ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ସରପଞ୍ଚ ଗୀତାଞ୍ଜଳି ବେହେରା ପ୍ରମୁଖ ଯୋଗଦେଇ ଥିଲେ।
ଅଭିଯୋଗ ପ୍ରକୋଷ୍ଠକୁ ମୋଟ ୧୪୭ ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୧୪୧ ଗୋଟି ବ୍ୟକ୍ତି ଗତ ଅଭିଯୋଗ, ୦୬ ଗୋଟି ଗ୍ରାମୀଣ ସମସ୍ୟା ଅଭିଯୋଗ ଥିଲା। ୩ଜଣ ଅଭିଯୋଗକାରୀ, ହରିପୁର ଗ୍ରାମ ପଞ୍ଚାୟତ ର ଆଶାମଣି ବେହେରାଙ୍କୁ ଚିକିତ୍ସା ନିମନ୍ତେ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୫ହଜାର, ସୁନିତା ପାତ୍ରଙ୍କୁ ୧୦ହଜାର ଏବଂ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଚିକିତ୍ସା ନିମନ୍ତେ ତୃପ୍ତି ମୟୀ ରାଉତ, ନୂଆଗାଁ, ୱାର୍ଡ ନମ୍ୱର୍ ୯ଙ୍କୁ ୧୦ହଜାର ଟଙ୍କା ଜିଲ୍ଲାପାଳ ପ୍ରଦାନ କରିଥିଲେ। ଅଭିଯୋଗ ସ୍ଥଳରେ ୦୭ ଗୋଟି ଅଭିଯୋଗର ତତକାଳ ସମାଧାନ କରିଥିଲେ।
ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଦ୍ଵାରା ହାତ ପାଆନ୍ତାରେ ଜିଲ୍ଲା ପ୍ରଶାସନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ହିତାଧିକାରୀ ଚୟନର ଏକ ସୁଗମ ବାଟ ଫିଟିବ ବୋଲି ମାନ୍ୟବର ମନ୍ତ୍ରୀ ପୃଥ୍ବୀରାଜ୍ ହରିଚନ୍ଦନ ପ୍ରକାଶ କରିବାସହ ଖୋର୍ଦ୍ଧା ଜିଲ୍ଲାବାସୀ ବହୁଳ ଭାବରେ ଏହାର ସୁଯୋଗ ନେବାକୁ ପରାମର୍ଶ ଦେଇଛନ୍ତି। ମାନ୍ୟବର ମନ୍ତ୍ରୀ, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂସମସ୍ତ ଅତିଥି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ନିଜ ନିଜ ମା ଙ୍କ ନାମରେ ବୃକ୍ଷ ରୋପଣ କରିଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ ହରିପୁର ଗ୍ରାମପଞ୍ଚାୟତ ପ୍ରଥମ ମହଳାରେ ନୂତନ ଭାବେ ନିର୍ମିତ ସଭାଗୃହ କୁ ଉଦ୍ଘାଟନ କରି ଲୋକାର୍ପଣ କରିଥିଲେ।
ପରେ ମାନ୍ୟବର ମନ୍ତ୍ରୀ, ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧି ବୃନ୍ଦ ସ୍ୱାସ୍ଥ୍ୟ ଶିବିର, ଆଧାର ସେବା, ରାଜସ୍ବ ଲକ୍ଷ୍ୟ, ବ୍ୟାଙ୍କ ସହାୟତା, ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତି କରଣ, ଉଦ୍ୟାନ କୃଷି, ଆସ ସ୍କୁଲ ଯିବା, ଆୟୁଷ୍ମାନ ଆରୋଗ୍ୟ ଶିବିର, ପ୍ରାଣୀ ସମ୍ପଦ ସେବା ଆଦି ପଲ୍ଲୀରେ ପ୍ରଶାସନ ସେବା ଷ୍ଟଲ ଗୁଡ଼ିକୁ ବୁଲି ଦେଖି ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଯୋଜନାର ହିତାଧିକାରୀ ମାନଙ୍କୁ ଭତ୍ତା କାର୍ଡ ଓ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ବି.ଡି.ଓ ପୁନମ ମହାପାତ୍ର, ତହସିଲଦାର କାହ୍ନୁ ଚରଣ ଘଡ଼ାଇ, ଡେପୁଟୀ କଲେକ୍ଟର ଶ୍ରୀତପା ମିଶ୍ର, ସହକାରୀ ଜିଲ୍ଲାପାଳ ଭୁବନେଶ୍ଵରୀ କଅଁର, କୃଷ୍ଣ କୁମାର ଜେନା, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ, ଅଧିକ୍ଷଣ ଯନ୍ତ୍ରୀ, ପୂର୍ତ୍ତ, ଶିବଲାଲ ସାହୁ, ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ରଶ୍ମିତା ଦାସ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ ହୀଆଲ୍, ଜିଲ୍ଲା ଦକ୍ଷତା ବିକାଶ ଏବଂ କର୍ମ ନିୟୋଜନ ଅଧିକାରୀ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରିୟ ମିଶ୍ର, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମୀରା ବେହେରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ,ଉପନିବନ୍ଧ , ସମବାୟ ସମିତି, ଅଳକାନନ୍ଦ ଜେନା ପ୍ରମୁଖ ସହଯୋଗ କରିଥିଲେ।
ପରେ ମାନ୍ୟବର ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ହରିପୁର ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପ ଶୁଭ ଉଦ୍ଘାଟନ କରି ପଂଚାୟତ ବାସୀଙ୍କୁ ଉତ୍ସର୍ଗ କରିଥିଲେ।