ଭୁବନେଶ୍ୱର: ଲିଙ୍କ୍ ରେକ୍ ବିଳମ୍ବରେ ଚାଲିବା ଯୋଗୁଁ, BBS-ROU-BBS ଏକ୍ସପ୍ରେସ୍ ଉଭୟ ଦିଗରେ ବାତିଲ ରହିବ। ଟ୍ରେନ୍ ନମ୍ବର 22840/22839 ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ଏକ୍ସପ୍ରେସ୍ ଆଜି ବାତିଲ୍ ରହିବ। ଏହି ବାତିଲ୍ ବିଷୟରେ ଧ୍ୟାନ ଦେବା ଏବଂ ସେହି ଅନୁସାରେ ଯାତ୍ରା ଯୋଜନା କରିବା ପାଇଁ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି।