ନଭଜୋତ ସିଂ ସିଦ୍ଧୁଙ୍କୁ ମିଳିବ ନୂତନ ଦାୟିତ୍ବ, ହୋଇପାରନ୍ତି  ଦିଲ୍ଲୀ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ !

Published: Jul 31, 2019, 5:16 pm IST
siddhu again questions to govtabout air strike

ଦିଲ୍ଲୀରେ ଦୀର୍ଘ ସମୟ ଧରି ନେତୃତ୍ବ ସଂକଟ ଚାଲିଥିବାବେଳେ ଏଥିପାଇଁ କଂଗ୍ରେସ ଏକ ବଡ଼ ପଦକ୍ଷେପ ନେଇଛି । ଦଳ ନଭଜୋତ ସିଂଙ୍କୁ ଦିଲ୍ଲୀ ପ୍ରଦେଶ ସଙ୍ଗଠନର କମାଣ ଦେଇପାରେ ବୋଲି ସୂଚନା ରହିଛି । ସିଦ୍ଧୁଙ୍କୁ ଏପରି ଏକ ଦାୟିତ୍ବ ଦେବା ପାଇଁ କଂଗ୍ରେସ ନିଷ୍ପତ୍ତି ନେଇଥିବାର ସୂଚନା ରହିଛି । ତେବେ ଏନେଇ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ । କିନ୍ତୁ କଂଗ୍ରେସର ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ଦୌଡ଼ରେ ନଭଜୋତ ସିଂ ସିଦ୍ଧୁ ଆଗରେ ରହିଛନ୍ତି । ପଞ୍ଜାବରେ ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ସହ ସିଦ୍ଧୁଙ୍କର ଶୀତଳ ଯୁଦ୍ଧ ଚାଲିଛି । ସିଦ୍ଧୁ ମଧ୍ୟ ପଞ୍ଜାବ କ୍ୟାବିନେଟ୍‌ରୁ ଇସ୍ତଫା ଦେଇସାରିଛନ୍ତି । ଏପରି ସ୍ଥିତିରେ ସିଦ୍ଧୁଙ୍କୁ ପଞ୍ଜାବରୁ ଦିଲ୍ଲୀକୁ ସ୍ଥାନାନ୍ତର କରିବାର ନିଷ୍ପତ୍ତି ନିଆଯାଇଛି ବୋଲି ଅନୁମାନ କରାଯାଉଛି ।

Related posts