ଭୁବନେଶ୍ବର: ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅପରାହ୍ନ ପାଞ୍ଚଟାରେ ଲୋକସଭା ଭବନରେ ବସିବ। ଏଥିରେ ଚାରିଟି ବିଭାଗର ବିଭିନ୍ନ ପ୍ରସଂଗ ଉପରେ ଆଲୋଚନା କରାଯାଇ ପ୍ରସ୍ତାବ ପାଶ କରାଯିବ। ଏଥିରେ ବାଣିଜ୍ୟ ଓ ପରିବହନ, ପୁର୍ତ୍ତ, ସାଧାରଣ ଓ ପ୍ରଶାସନ ବିଭାଗ, ସ୍ବାସ୍ଥ୍ୟ ବିଭାଗର ପ୍ରସଂଗ ରହିଛି।