ଭୁବନେଶ୍ବର: ଆଜି ଦିଲ୍ଲୀ ଗସ୍ତ ଶେଷ କରି ଭୁବନେଶ୍ବର ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ ନିକଟରେ ଦିଲ୍ଲୀ ଗସ୍ତ ଶେଷ କରି ଓଡିଶା ଫେରିଥିବା ବେଳେ ପୁଣି ଦିନକ ପରେ ଦିଲ୍ଲୀ ଗସ୍ତ କରିଥିଲେ। ଏହି ଗସ୍ତକୁ ନେଇ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଉପରେ ଆଲୋଚନା କରିବାକୁ ଡକାଯାଇଛି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା।
ତେବେ ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ବିଜେଡି ଉପରାଷ୍ଟ୍ରପତି ନିର୍ବାଚନରୁ ଓହରିବା ନେଇ ପ୍ରଶ୍ନ କରାଯାଇଥିଲା। ଏଥିରେ ସେ କହିଥିଲେ ଯେ, ତାହା ତାଙ୍କର ଦଳୀୟ ନିଷ୍ପତି ସେ ନେଇ କୌଣସି କଥା କହିବା ଠିକ ନୁହେଁ। ତେବେ ବିଜେପି ଠିକ ସମୟରେ ଠିକ ନିଷ୍ପତି ନେବ ବୋଲି ସେ ଗଣମାଧ୍ୟମକୁ କହିଥିଲେ।