ଗତକାଲି ରାଜ୍ୟସଭାରେ ଟ୍ରିପଲ୍ ତଲାକ୍ ବିଲ୍ ପାଶ୍ ହୋଇଛି । ବିଗତ ତିନି ଦିନ ମଧ୍ୟରେ ତିନୋଟି ବିଲ୍ ଆଗତ ହୋଇ ପାଶ୍ ହେବାକୁ ସମାଲୋଚନା କରିଛନ୍ତି ତୃଣମୂଳ ସାଂସଦ ଡେରେକ୍ ଓ ବ୍ରାଏନ୍ । ପିଜା ଡେଲିଭରୀ ହେବା ପରି ସରକାର ବିଲ୍ ଗୁଡିକ ପାଶ୍ କରାଉଛନ୍ତି । ବୁଧବାର ଟ୍ବିଟ୍ କରି ବ୍ରାଏନ୍ କହିଛନ୍ତି ‘ସରକାର ପିଜା ଡେଲିଭରୀ କରିବା ଭଳି ବିଲ୍ ପାଶ୍ କରିବା ଦ୍ବାରା କୌଣସି ବିଲ୍ ଉପରେ ଆଲୋଚନା ହୋଇପାରୁନାହିଁ ।’ ବିଲ୍ ଉପରେ ଆଲୋଚନା ହେଉନଥିବାରୁ ବିଲ୍ ପାଶ୍ ହୋଇଯାଉଛି ବୋଲି ବ୍ରାଏନ୍ ପ୍ରକାଶ କରିଛନ୍ତି । ପୂର୍ବରୁ 2004ରୁ 2009 ମଧ୍ୟରେ ଆଲୋଚନା ପରେ 60 ପ୍ରତିଶତ ବିଲ୍ ପାଶ୍ ହୋଇ ପାରିନଥିଲା । 2009-14 ମଧ୍ୟରେ 71 ପ୍ରତିଶତ ବିଲ୍ ପାଶ୍ ହୋଇ ପାରିନଥିଲା । 2014-19 ମଧ୍ୟରେ 26 ପ୍ରତିଶତ ବିଲ୍ ଉପରେ ଆଲୋଚନା ହେବା ପରେ ପାଶ୍ ହୋଇ ପାରିନଥିଲା ମାତ୍ର 2019ରେ ଚଳିତ ଥର ମାତ୍ର 5 ପ୍ରତିଶତ ବିଲ୍ ଉପରେ ଆଲୋଚନା ହୋଇଛି । 2018ରେ ସମୁଦାୟ 18ଟି ବିଲ୍ ଆଗତ ହୋଇଥିବା ବେଳେ ଗୋଟିଏ ବିଲ୍ ପାଶ୍ ହୋଇ ପାରିନାହିଁ ।
ପିଜା ଡେଲିଭରୀ କରିବା ପରି ବିଲ୍ ପାଶ୍ କରୁଛନ୍ତି ଶାସକ ଦଳ : ଡେରେକ୍ ଓ ବ୍ରାଏନ୍
Published:
Jul 31, 2019, 7:44 pm IST
Tags: