କର୍ଣ୍ଣାଟକରେ କ୍ଷମତା ପରିବର୍ତ୍ତନ ହେବା ପରେ ଜନତା ଦଳ ସେକୁଲାର (ଜେଡିଏସ୍) ବିଦ୍ରୋହୀ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜେଡିଏସ୍ର ପ୍ରମୁଖ ଏଚ୍ଡି ଦେବେଗୌଡା ଦଳର ୩ ବିଦ୍ରୋହୀ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ରାଜ୍ୟରେ ଏଚ୍ଡି କୁମାରସ୍ବାମୀଙ୍କ ସରକାରକୁ ଭାଙ୍ଗିବାରେ ଏହି ତିନି ବିଧାୟକଙ୍କ ମୁଖ୍ୟ ଭୂମିକା ରହିଥିଲା । ଏହି କାରଣରୁ ଏହି ତିନି ବିଦ୍ରୋହୀ ବିଧାୟକଙ୍କୁ ଦଳର ନିଲମ୍ବନ କରାଯାଇଛି । ଏହି ବିଦ୍ରୋହୀ ବିଧାୟକମାନେ ହେଲେ ଏଏଚ୍ ବିଶ୍ବନାଥ, କେ ଗୋପାଲରୈୟା, ଓ କେସି ନାରାୟଣଗୌଡ଼ା । ଜେଡିଏସ୍ର ଏହି ତିନି ବିଧାୟକଙ୍କ ସମେତ କଂଗ୍ରେସ ୧୪ ବିଦ୍ରୋହୀ ବିଧାୟକ କୁମାରସ୍ବାମୀଙ୍କ ଆସ୍ଥା ଭୋଟ୍ ସମୟରେ ବିଧାନସଭାରେ ଅନୁପସ୍ଥିତ ଥିଲେ । ଆସ୍ଥା ଭୋଟରେ କୁମାରସ୍ବାମୀ ବିଫଳ ହେବା ପରେ ତାଙ୍କ ସରକାରର ପତନ ହେଲା । ଏହା ପୂର୍ବରୁ ପୂର୍ବ ବିଧାନସଭା ବାଚସ୍ପତି କେଆର ରମେଶ୍ ଦଳବଦଳ ବିରୋଧୀ କାନୁନ୍ ଜରିଆରେ ଏହି ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ । ମଙ୍ଗଳବାର ଦିନ କଂଗ୍ରେସ ମଧ୍ୟ ୧୪ ବିଦ୍ରୋହୀ ବିଧାୟକଙ୍କୁ ଦଳରୁ ନିଲମ୍ବନ କରିଛି ।
ତିନି ବିଦ୍ରୋହୀ ବିଧାୟକଙ୍କୁ ଦଳରୁ ନିଲମ୍ବନ କଲେ ଏଚ୍ଡି ଦେବେଗୌଡ଼ା
Published:
Jul 31, 2019, 7:07 pm IST
Tags: