Vishwakarma Puja: ବିଶ୍ବକର୍ମା ହେଉଛନ୍ତି ନିର୍ମାଣ ଦେବତା। ପୁରାଣ ଶାସ୍ତ୍ର ଅନୁସାରେ ବିଶ୍ବକର୍ମା ରାବଣର ସ୍ବର୍ଣ୍ଣ ଲଙ୍କାପୁରୀ, ଶ୍ରୀକୃଷ୍ଣଙ୍କ ଦ୍ବାରିକା ନଗରୀ ନିର୍ମାଣ କରିଛନ୍ତି। ସେ ହେଉଛନ୍ତି ଦେବତା ମାନଙ୍କ ବନ୍ଧାଣୀ। ତାଙ୍କୁ ପୂଜା କଲେ ସାଧାରଣ ଲୋକେ ଏହି ନିର୍ମାଣ ଜ୍ଞାନପ୍ରାପ୍ତ ହୋଇଥାନ୍ତି। ସେଥିପାଇଁ ବିଶ୍ବକର୍ମା ପୂଜାରେ ଲୁହା ଯନ୍ତ୍ରପାତି ଏବଂ ମେସିନ ପୂଜା କରାଯାଇଥାଏ। ଶିଳ୍ପ ନଗରୀରେ ଏହି ପୂଜା ବେଶ ଧୂମଧାମରେ ପାଳନ କରାଯାଇଥାଏ।
ଏଥର ବିଶ୍ବକର୍ମା ପୂଜା କେବେ ଏବଂ ଶୁଭ ମୁହୁର୍ତ୍ତ କେତେବେଳେ
ଏଥର ବିଶ୍ବକର୍ମା ପୂଜା ଆସନ୍ତା ୧୭ ତାରିଖ ବୁଧବାର ଦିନ ପଡୁଛି। ଏହିଦିନ ହେଉଛି କନ୍ୟା ସଂକ୍ରାନ୍ତି ଏବଂ ଏକାଦଶୀ। ତେବେ ପଞ୍ଚାଙ୍ଗ ଅନୁସାରେ ୧୭ ତାରିଖ ସକାଳ ୮ ଟା ୧୨ ମିନିଟରେ ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରିବେ। ଏହାପରେ ବିଶ୍ବକର୍ମା ପୂଜା ଆରମ୍ଭ କରାଯିବ। ଅର୍ଥାତ ବିଶ୍ବକର୍ମା ପୂଜା ସକାଳ ୮ ଟା ୧୫ ମିନିଟ ବେଳକୁ ଶୁଭ ମୁହୁର୍ତ୍ତ ଆରମ୍ଭ ହେଉଛି ଯାହା ଦିନ ୧୨ ଟା ୫୦ ମିନିଟ ପର୍ଯ୍ୟନ୍ତ ରହୁଛି।
ଚଳିତ ବର୍ଷ ପୂଜାରେ ୧୦୦ ବର୍ଷ ପରେ ପଡୁଛି ବିରଳ ସଂଯୋଗ
ଚଳିତ ବର୍ଷ ବିଶ୍ବକର୍ମା ପୂଜାରେ ୧୦୦ ବର୍ଷ ପରେ ପଡୁଛି ଅମୃତ ସିଦ୍ଧି ଯୋଗ, ସର୍ବାର୍ଥ ସିଦ୍ଧି ଯୋଗ, ଗୁରୁ ପୁଷ୍ୟ ଯୋଗ, ଶିବ ଯୋଗ ଏବଂ ଏକାଦଶୀ। ଏତେଗୁଡିଏ ଯୋଗ ଏକା ସଙ୍ଗରେ ପଡୁଥିବାରୁ ଏଥର ପୂଜା ବେଶ ମୂଲ୍ୟବାନ ଓ ଫଳପ୍ରଦ ବୋଲି ବିଶ୍ବାସ କରାଯାଉଛି। ସେଥିପାଇଁ ସମସ୍ତେ ଏହି ପୂଜାରେ ସାମିଲ ହେବାକୁ ପରାମର୍ଶ ଦିଆଯାଇଛି।
ବିଶ୍ବକର୍ମା ପୂଜାକୁ ଶ୍ରମିକଙ୍କ ପର୍ବ ବୋଲି ମଧ୍ୟ କୁହାଯାଏ। ଏଥିସହିତ ଶିଳ୍ପୀ, କାରୀଗର, ବିନ୍ଧାଣୀ, ଇଂଜିନିୟର ପ୍ରମୁଖ ଏହି ପୂଜାକୁ ବେଶ ଭକ୍ତିର ସହିତ ପାଳନ କରିଥାନ୍ତି।
Read More- South Indian Bank Launches Digital Loan Against Mutual Funds