ନୂଆଦିଲ୍ଲୀ: ବିହାରରେ ଜଣେ ପାକିସ୍ତାନୀ ‘ଏକ୍ସ’ ହ୍ୟାଣ୍ଡେଲଙ୍କ ଠାରୁ ବୋମା ବିସ୍ଫୋରଣ ଧମକ ମିଳିଛି। ଏହି ଧମକ ପରେ ରାଜ୍ୟର ପୋଲିସ ମୁଖ୍ୟାଳୟ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ପାକିସ୍ତାନୀ ‘ଏକ୍ସ’ ହ୍ୟାଣ୍ଡେଲଙ୍କ ପକ୍ଷରୁ କୁହାଯାଇଛି ଯେ, ଆଜି (ଶୁକ୍ରବାର) ଅପରାହ୍ନ ୪ଟାରେ ବିହାରର ସାର୍ବଜନୀନ ସ୍ଥାନରେ ବୋମା ବିସ୍ଫୋରଣ ହେବ।
ସୂଚନା ଅନୁଯାୟୀ, ଗୁରୁବାର (ସେପ୍ଟେମ୍ବର ୧୧, ୨୦୨୫) ଦିନ ବିହାର ପୋଲିସ ମୁଖ୍ୟାଳୟକୁ ଆସଦ ନାମକ ଜଣେ ‘ଏକ୍ସ’ ହ୍ୟାଣ୍ଡେଲଙ୍କ ଠାରୁ ପାକିସ୍ତାନରୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ମିଳିଛି। ଏପରି ପରିସ୍ଥିତିରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସମସ୍ତ ଜିଲ୍ଲାର ସାର୍ବଜନୀନ ସ୍ଥାନ, ଜନଗହଳିପୂର୍ଣ୍ଣ ଅଞ୍ଚଳ ଏବଂ ଧାର୍ମିକ ସ୍ଥଳରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ପୋଲିସ ମୁଖ୍ୟାଳୟ କହିଛି। ଏଥିରେ, ବୋମା ନିଷ୍କ୍ରିୟକାରୀ ଦଳ ଏବଂ କୁକୁର ଦଳଙ୍କ ସାହାଯ୍ୟ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।