ଭୁବନେଶ୍ବର: ରାଜ୍ୟରେ ସାର ର ଘୋର ଅଭାବ ପରିଲକ୍ଷିତ ହୋଇଛି। ଚାଷୀମାନେ ଜମିରେ ସାର ପକାଇବା ପାଇଁ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହେଲେ ସରକାର କହୁଛନ୍ତି ରାଜ୍ୟରେ ସାରର ଅଭାବ ନାହିଁ। ଏପରି କ୍ଷେତ୍ରରେ ଚାଷୀଙ୍କୁ ସାର ଯୋଗାଇ ଦେବା ଦାବୀ କରି ଆନ୍ଦୋଳନ କରିବ ବିଜେଡି।
ଆଜି ଏ ନେଇ ବିଜେଡି ନେତା ସଂଜୟ ଦାସବର୍ମା ଏବଂ ବିରୋଧୀ ଦଳର ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଆସନ୍ତା 17 ତାରିଖରେ ଦଳ ବିକ୍ଷୋଭ କରିବ। ରାଜ ଭବନ ସମ୍ମୁଖରେ ଏହି ବିକ୍ଷୋଭ କରାଯାଇ ରାଜ୍ୟପାଳକୁ ଦାବୀ ପତ୍ର ପ୍ରଦାନ କରାଯିବ।