Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ ହସ୍ପିଟାଲ୍ ବ୍ରହ୍ମପୁରରେ ଜଟିଳ କ୍ୟାନ୍ସର ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ
ଆଜିର ଖବର

ସମ୍ ହସ୍ପିଟାଲ୍ ବ୍ରହ୍ମପୁରରେ ଜଟିଳ କ୍ୟାନ୍ସର ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ

September 13, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ସମ୍ ହସ୍ପିଟାଲ୍ ବ୍ରହ୍ମପୁର
ସମ୍ ହସ୍ପିଟାଲ୍ ବ୍ରହ୍ମପୁରରେ ଜଟିଳ କ୍ୟାନ୍ସର ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ

ଭୁବନେଶ୍ୱର: ବ୍ରହ୍ମପୁର ସ୍ଥିତ ସମ୍ ହସ୍ପିଟାଲ୍‌ରେ ଏକ ଜଟିଳ ହେଡ୍ ଆଣ୍ଡ ନେକ୍ କ୍ୟାନ୍ସର ରିସେକ୍ସନ୍ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ କରାଯାଇଥିବା ବେଳେ ଦକ୍ଷିଣ ଓଡ଼ିଶାର ରୋଗୀ ମାନଙ୍କ ନିମନ୍ତେ ନୂତନ ଆଶା ସଂଚାର ହେବା ସହ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାଇଲ ଖୁଂଟ ସୃଷ୍ଟି ହୋଇଛି।

ଜଣେ ୬୯ ବର୍ଷୀୟ ପୁରୁଷଙ୍କର ଦକ୍ଷିଣ ପାର୍ଶ୍ୱ ଗାଲ ମଧ୍ୟରେ ଥିବା ଅଂଶରେ କ୍ୟାନ୍ସର ସୃଷ୍ଟି ହୋଇ ଜଟିଳ ସ୍ୱାସ୍ଥ୍ୟ ପରିସ୍ଥିତ ସୃଷ୍ଟି ହୋଇଥିବା ବେଳେ ଏହାର ଅସ୍ତ୍ରୋପଚାର କରାଯାଇଥିଲା। ଏହା ଏକ ଜଟିଳ ଅସ୍ତ୍ରୋପଚାର ଥିଲା ବୋଲି ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି।

ଏହି ଅସ୍ତ୍ରୋପଚାର ୬ ଘଂଟା ପର୍ଯ୍ୟନ୍ତ ଚାଲିଥିବା ବେଳେ ସୃଷ୍ଟି ହୋଇଥିବା ଟ୍ୟୁମରଟି ଅଧିକ ମାତ୍ରାରେ ଜଟିଳ ପରିସ୍ଥିତି ସୃଷ୍ଟି କରିଥିବାରୁ ଏବଂ ମୁହଁ ଖୋଲି ପାରୁ ନଥିବାରୁୁ ଏହି ଅସ୍ତ୍ରୋପଚାର ଖୁବ୍ ଆହ୍ୱାନପୂର୍ଣ୍ଣ ଥିଲା। ତେବେ ଏତେ ସବୁ ସମସ୍ୟା ସତ୍ୱେ ଅସ୍ତ୍ରୋପଚାରଟି ବିନା କୌଣସି ସମସ୍ୟାରେ ସମ୍ପନ୍ନ କରାଯାଇଥିଲା।

ଅସ୍ତ୍ରୋପଚାର ପରେ ରୋଗୀ ଜଣକ ସୁସ୍ଥ ହେବାରେ ଲାଗିଛନ୍ତି ଏବଂ ଆଇସିୟୁରୁ ୱାର୍ଡକୁ ସ୍ଥାନାନ୍ତରିତ ହୋଇଛନ୍ତି।
ହସ୍ପିଟାଲ୍‌ର ସର୍ଜିକାଲ୍ ଅଙ୍କୋଲୋଜି ବିଭାଗର କନ୍‌ସଲଟାଂଟ ଡାକ୍ତର ସାଇରୁଦ୍ର ଏସ. ପୁହାଣଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯାଇଥିବା ବେଳେ ଏହି ଟିମ୍‌ରେ ପ୍ଲାଷ୍ଟିକ୍ ଆଣ୍ଡ ରି-କନ୍‌ଷ୍ଟ୍ରକ୍ଟିଭ୍ ସର୍ଜନ୍ ଡାକ୍ତର ସୁଧାକର ଜେନା, ଆନେ୍‌ସଥେସିଓଲୋଜିଷ୍ଟ ଡାକ୍ତର ଶୁଭ୍ରଜିତ ସାହୁ, କ୍ରିଟିକାଲ୍ କେୟାର ସ୍ପେଶିଆଲିଷ୍ଟ ଡାକ୍ତର ପ୍ରତ୍ୟୁଷକାନ୍ତି ମିଶ୍ର ଏବଂ ଡାକ୍ତର ପ୍ରିୟଙ୍କା ସାମିଲ ଥିଲେ।

ସମ୍ ହସ୍ପିଟାଲ୍ ବ୍ରହ୍ମପୁରର ନିର୍ଦ୍ଦେଶକ ଦେବପ୍ରସାଦ ଦାଶ ଏହି ସଫଳ ଅସ୍ତ୍ରୋପଚାର ନିମନ୍ତେ ଡାକ୍ତରୀ ଟିମ୍ ଏବଂ ସମସ୍ତ ଅସ୍ତ୍ରୋପଚାର କକ୍ଷର କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ସଫଳତା ନିମନ୍ତେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ କ୍ୟାନ୍ସରର ସମସ୍ତ ଚିକିତ୍ସା ନିମନ୍ତେ ମେଡିକାଲ୍ ଅଙ୍କୋଲୋଜି ଏବଂ କେମୋଥେରାପି ସେବା ଗତ ୬ ମାସ ଧରି ହସ୍ପିଟାଲରେ ଉପଲବ୍ଧ ହୋଇପାରିଛି।

କ୍ୟାନ୍ସର ଅସ୍ତ୍ରୋପଚାର ବ୍ରହ୍ମପୁର ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ରେକର୍ଡ ସମୟରେ ୨ ହଜାର କୋଟିର ଯାତ୍ରୀ ରାଜସ୍ୱ ଆୟ କଲା ପୂର୍ବତଟ ରେଳପଥ 

January 28, 2026

ଦୁର୍ଘଟଣା ଥିଲା ନା ଷଡ଼ଯନ୍ତ୍ର?: ପୁତୁରାଙ୍କ ମୃତ୍ୟୁ ପରେ ଶରଦ ପାୱାରଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା

January 28, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ରାଙ୍କିଙ୍ଗରେ ବଡ ଉନ୍ନତି: ଅଭିଷେକ ଶର୍ମାଙ୍କୁ କ୍ଷତି

January 28, 2026

ବଜେଟ୍ ଅଧିବେଶନରେ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

January 28, 2026
Latest News

ରେକର୍ଡ ସମୟରେ ୨ ହଜାର କୋଟିର ଯାତ୍ରୀ ରାଜସ୍ୱ ଆୟ କଲା ପୂର୍ବତଟ ରେଳପଥ 

January 28, 2026

ଭାରତ-ଇୟୁ ବାଣିଜ୍ୟ ଚୁକ୍ତିନାମା: ଭାରତକୁ ୨୦୪୭ ସୁଦ୍ଧା ସଶକ୍ତ କରିବ ‘ମଦର ଅଫ ଅଲ୍ ଡିଲ୍ସ’

January 28, 2026

ଦୁର୍ଘଟଣା ଥିଲା ନା ଷଡ଼ଯନ୍ତ୍ର?: ପୁତୁରାଙ୍କ ମୃତ୍ୟୁ ପରେ ଶରଦ ପାୱାରଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା

January 28, 2026

ଭାରତ-ୟୁରୋପୀୟ ସଂଘ ବ୍ୟବସାୟ ଫୋରମକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

January 28, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ରାଙ୍କିଙ୍ଗରେ ବଡ ଉନ୍ନତି: ଅଭିଷେକ ଶର୍ମାଙ୍କୁ କ୍ଷତି

January 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.