Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୪୦୦ତମ ଏପିସୋଡରେ ପହଞ୍ଚିଲା ମେଗା ଧାରାବାହିକ,’ତୁମ ବିନା’
ଆଜିର ଖବର

୪୦୦ତମ ଏପିସୋଡରେ ପହଞ୍ଚିଲା ମେଗା ଧାରାବାହିକ,’ତୁମ ବିନା’

September 13, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
'ତୁମ ବିନା'
୪୦୦ତମ ଏପିସୋଡରେ ପହଞ୍ଚିଲା ମେଗା ଧାରାବାହିକ,'ତୁମ ବିନା'

ଭୁବନେଶ୍ଵର: ଜୀ ସାର୍ଥକର ନିଜର ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ସହିତ ଓଡିଆ ଦର୍ଶକଙ୍କ ଘରେ ଘରେ ପହଞ୍ଚି ପାରିଛି, ଯେଉଁଥି ପାଇଁ ଆଜି ଓଡ଼ିଶାର ୧ ନମ୍ବର ମନୋରଞ୍ଜନ ଚ୍ୟାନେଲ ହୋଇପାରିଛି। ଚ୍ୟାନେଲର ଏକାଧିକ ମେଗା ଧାରାବାହିକ ସଫଳତା ସାଉଁଟିଛି, ସେହିପରି ଐତିହାସିକ ୪୦୦ତମ ଏପିସୋଡରେ ପହଞ୍ଚିଛି ଏକ ଭିନ୍ନ କାହାଣୀ ନେଇ ମେଗା ଧାରାବାହିକ ‘ତୁମ ବିନା’। ସମ୍ପୂର୍ଣ୍ଣ ଓଡିଆ ଘରର କାହାଣୀ ଓ ପରମ୍ପରାକୁ ନେଇ ମିଛ, ପ୍ରେମ, ବିଶ୍ୱାସଘାତକତା ଓ ପାରିବାରିକ ଚାପ ମଧ୍ୟରେ ଗଢି ଉଠିଛି ଏହି ସୁନ୍ଦର କାହାଣୀ ଓ ଏହାର ସବୁ ଏପିସୋଡ ଦର୍ଶକଙ୍କୁ ଦେଇଛି ରୋମାଞ୍ଚକ ଅନୁଭୂତି।

ପ୍ରତ୍ୟେକ ସୋମବାରରୁ ଶନିବାର ରାତି ୮:୦୦ ରେ ପ୍ରସାରିତ ହେଉଥିବା ଭିନ୍ନ ଧରଣର ଧାରାବାହିକର ମୁଖ୍ୟ ଚରିତ୍ରରେ ନଜର ଆସୁଥିବା ଅକ୍ଷୟ ଓ ଶୁଭଙ୍କ ବିବାହ ପରେ ଦୁହିଁଙ୍କ ଜୀବନରେ ଅନେକ ରୋଚକ ମୋଡ଼ ଆସୁଛି ହେଲେ ଅକ୍ଷୟଙ୍କ ପିତା ମାତାଙ୍କ ବ୍ୟବହାର ଶୁଭଙ୍କୁ ବ୍ୟସ୍ତ କରିଦେଇଛି। ବିଧାତା ଲେଖିଛି ଦୁଇ ଜଣଙ୍କ ପ୍ରେମ କାହାଣୀ ଓ କାହାଣୀରେ ଏଣ୍ଟ୍ରି ମାରିଛନ୍ତି ରିଚା, ଆନନ୍ଦ, ନିଲେଶ ଓ ପ୍ରଶାନ୍ତ। ତେବେ ସମୟର ଚକ୍ରବ୍ୟୁହରେ ଆସୁଥିବା ସମସ୍ତ ବିପଦକୁ କିପରି ପାରି କରି ଦୁହିଁଙ୍କ ଜୀବନ ଆଗକୁ ବଢିଛି ତାହା ଆଗକୁ ଦେଖିବେ ଦର୍ଶକ। କାହାଣୀରେ ଆସୁଥିବା ନାଟକୀୟ ମୋଡ଼ ଦର୍ଶକ ପାଇପାରିବେ କେବଳ ପ୍ରିୟ ତାଙ୍କ ଚ୍ୟାନେଲ ଜୀ ସାର୍ଥକର ‘ତୁମ ବିନା’ ଧାରାବାହିକର ଆଗାମୀ ଅଧ୍ୟାୟରେ।

ଜୀ ସାର୍ଥକ ସବୁବେଳେ ଓଡିଆ ଦର୍ଶକଙ୍କ ଚିନ୍ତାଧାରା ଓ ଭଲପାଇବାକୁ ଧ୍ୟାନରେ ରଖି ମନଛୁଆଁ ମେଗା ଧାରାବାହିକ ପ୍ରସ୍ତୁତ କରିଥାଏ । ନୂଆ ଓ ଭିନ୍ନ କାହାଣୀ ସହିତ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି ଜୀ ସାର୍ଥକ। ‘ତୁମ ବିନା’ ମଧ୍ୟ ଦର୍ଶକଙ୍କ ମନ ଜିତିବ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ।

‘ତୁମ ବିନା’ ଜୀ ସାର୍ଥକ ମେଗା ଧାରାବାହିକ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଏବଂ ପାକିସ୍ତାନ ମହାଲଢେଇ: ଜାଣନ୍ତୁ କେବେ ଏବଂ କେଉଁଠି ଦେଖିବେ ଲାଇଭ୍‌ ଷ୍ଟ୍ରିମିଂ?

September 13, 2025

ବାଣପୁରରେ ଅବକାରୀ ଓ ପୋଲିସର ମିଳିତ ଚଢାଉ: ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ଜବତ

September 13, 2025

ଉତ୍ତର-ପୂର୍ବାଞ୍ଚଳରେ ବିକାଶର ସୂର୍ଯ୍ୟୋଦୟ

September 13, 2025

ଭୁବନେଶ୍ୱରରେ ଗୋଖାଦ୍ୟ ପ୍ରୋତ୍ସାହନ ଉପରେ ଚାରିଦିନିଆ ତାଲିମ ଶିବିର

September 13, 2025
Latest News

ଭାରତ ଏବଂ ପାକିସ୍ତାନ ମହାଲଢେଇ: ଜାଣନ୍ତୁ କେବେ ଏବଂ କେଉଁଠି ଦେଖିବେ ଲାଇଭ୍‌ ଷ୍ଟ୍ରିମିଂ?

September 13, 2025

ବାଣପୁରରେ ଅବକାରୀ ଓ ପୋଲିସର ମିଳିତ ଚଢାଉ: ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ଜବତ

September 13, 2025

ଉତ୍ତର-ପୂର୍ବାଞ୍ଚଳରେ ବିକାଶର ସୂର୍ଯ୍ୟୋଦୟ

September 13, 2025

ଭୁବନେଶ୍ୱରରେ ଗୋଖାଦ୍ୟ ପ୍ରୋତ୍ସାହନ ଉପରେ ଚାରିଦିନିଆ ତାଲିମ ଶିବିର

September 13, 2025

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏମିତି କାହିଁକି କଲେ.. ଫଟୋ ହେଲା ଭାଇରାଲ

September 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.