ଭୁବନେଶ୍ଵର: ନବନିର୍ମିତ ପାଟଣାଗଡ କୃଷି ଭବନର ଲୋକାର୍ପଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର ଓ ସମ୍ବଲପୁର ପରେ ଉପଖଣ୍ଡସ୍ତରରେ ପ୍ରଥମ ଥର ପାଇଁ ପାଟଣାଗଡ଼ଠାରେ କୃଷି ଭବନ ଉଦଘାଟନ କରାଯାଇଛି। ରାସାୟନିକ ସାର ବଦଳରେ ଜୈବିକ ଚାଷକୁ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ସହ ବୈଜ୍ଞାନିକ ପଦ୍ଧତିରେ ଚାଷ କଲେ କମ ଖର୍ଚ୍ଚରେ ଅଧିକ ଉପାଦାନ ହୋଇପାରିବ ବୋଲି କହିଛନ୍ତି।
ଆସନ୍ତା ୧୭ ତାରିଖ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମାଙ୍କ ନାମରେ ଏକ ଗଛ ଲଗାଇବା ପାଇଁ ଶ୍ରୀ ସିଂହ ଦେଓ ପରାମର୍ଶ ଦେବା ସହ ସୁଭଦ୍ରା ମା ମାନଙ୍କୁ ପାଞ୍ଚଟି ଲେଖାଏଁ ଗଛ ପ୍ରଦାନ କରିଥିଲେ। ଏହି ଅବସରରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂ ଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଉପସ୍ଥିତ ଥିଲେ।