Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ ଏବଂ ପାକିସ୍ତାନ ମହାଲଢେଇ: ଜାଣନ୍ତୁ କେବେ ଏବଂ କେଉଁଠି ଦେଖିବେ ଲାଇଭ୍‌ ଷ୍ଟ୍ରିମିଂ?
ଆଜିର ଖବର

ଭାରତ ଏବଂ ପାକିସ୍ତାନ ମହାଲଢେଇ: ଜାଣନ୍ତୁ କେବେ ଏବଂ କେଉଁଠି ଦେଖିବେ ଲାଇଭ୍‌ ଷ୍ଟ୍ରିମିଂ?

September 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତ ଏବଂ ପାକିସ୍ତାନ
ପାକିସ୍ତାନର ୟୁ-ଟର୍ଣ୍ଣ: ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି

ନୂଆଦିଲ୍ଲୀ: ୨୦୨୫ ଏସିଆ କପ୍‌ ର ସବୁଠାରୁ ବଡ଼ ମ୍ୟାଚ୍‌ ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବ। ଭାରତ ଏବଂ ପାକିସ୍ତାନ ସେପ୍ଟେମ୍ବର ୧୪ ତାରିଖ (ରବିବାର) ସନ୍ଧ୍ୟାରେ ଦୁବାଇରେ ପରସ୍ପର ସହିତ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ରାତି ୮ ଟାରୁ ଖେଳାଯିବ ଏବଂ ବିଶେଷ କଥା ହେଉଛି ଯେ, ଗତ ଦଶନ୍ଧିରେ ପ୍ରଥମ ଥର ପାଇଁ, ବିରାଟ କୋହଲି, ରୋହିତ ଶର୍ମା, ବାବର ଆଜମ ଏବଂ ମହମ୍ମଦ ରିଜୱାନଙ୍କ ଭଳି କିମ୍ବଦନ୍ତୀମାନେ ଭାରତ-ପାକିସ୍ତାନ ମୁକାବିଲାରେ ପଡ଼ିଆରେ ରହିବେ ନାହିଁ। ତଥାପି ଉଭୟ ଦଳର ଯୁବ ଖେଳାଳି ଏବଂ ଷ୍ଟାର ଅଲରାଉଣ୍ଡରମାନେ ଏହି ହାଇ-ଭୋଲଟେଜ୍ ମୁକାବିଲାକୁ ସ୍ମରଣୀୟ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

କେଉଁଠି ଏବଂ କିପରି ଲାଇଭ୍‌ ଦେଖିବେ?:

ଏହି ମ୍ୟାଚ୍‌କୁ ସୋନି ସ୍ପୋର୍ଟସ୍ ନେଟୱାର୍କରେ ସିଧା ପ୍ରସାରଣ କରାଯିବ। ସେହି ସମୟରେ ଦର୍ଶକମାନେ ମୋବାଇଲ୍ ଏବଂ ଲାପଟପ୍‌ରେ ମ୍ୟାଚ୍‌ ଦେଖିବା ପାଇଁ ସୋନି LIV ଆପ୍‌ ବ୍ୟବହାର କରିପାରିବେ। ଅର୍ଥାତ୍, ପ୍ରଶଂସକମାନେ ଘରେ ଥାଆନ୍ତୁ କିମ୍ବା ବୁଲିବାକୁ ଯାଆନ୍ତୁ, ସେମାନେ କୌଣସି ସ୍ଥାନରେ ଭାରତ-ପାକିସ୍ତାନର ରୋମାଞ୍ଚକୁ ହରାଇବେ ନାହିଁ।

ଏସିଆ କପରେ ଭାରତ-ପାକିସ୍ତାନ ରେକର୍ଡ:

ଏପର୍ଯ୍ୟନ୍ତ ଏସିଆ କପରେ ଉଭୟ ଦଳ ୧୯ ଥର ମୁହାଁମୁହିଁ ହୋଇଛନ୍ତି। ଏଥିମଧ୍ୟରୁ ଭାରତ ୧୦ଟି ମ୍ୟାଚ୍ ଜିତିଛି ଯେତେବେଳେ ପାକିସ୍ତାନ ୬ ଥର ଜିତିଛି। ସେହିଭଳି ବର୍ଷା ଯୋଗୁଁ ତିନୋଟି ମ୍ୟାଚ୍ ଧୋଇ ହୋଇଯାଇଥିଲାଛି। ପାକିସ୍ତାନ ଶେଷ ଥର ପାଇଁ ୨୦୨୨ ମସିହାରେ ଦୁବାଇରେ ଭାରତକୁ ପରାସ୍ତ କରିଥିଲା, ଯେତେବେଳେ ମହମ୍ମଦ ରିଜୱାନ ଏବଂ ମହମ୍ମଦ ନୱାଜଙ୍କ ବିସ୍ଫୋରକ ବ୍ୟାଟିଂ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲା।

ଭାରତର ସମ୍ଭାବ୍ୟ ପ୍ଲେଇଂ ଏକାଦଶ:

ଅଭିଷେକ ଶର୍ମା, ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମସନ୍ (ୱିକେଟକିପର), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ଅକ୍ସର ପଟେଲ, ଜସପ୍ରିତ ବୁମରାହ, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ।

ପାକିସ୍ତାନର ସମ୍ଭାବ୍ୟ ପ୍ଲେଇଂ ଏକାଦଶ:

ସାହିବଜାଦା ଫରହାନ, ସାମ ଆୟୁବ, ଫଖର ଜମାନ, ମହମ୍ମଦ ହାରିସ (ୱିକେଟକିପର), ସଲମାନ ଆଗା (ଅଧିନାୟକ), ହସନ ନୱାଜ, ଶାହିନ ଶାହା ଆଫ୍ରିଦି, ହରିସ ରଉଫ, ଅବରାର ଅହମ୍ମଦ, ସୁଫିଆନ ମୁକିମ।

Asia Cup 2025 IND VS PAK LIVE MATCH
Share. Facebook Twitter LinkedIn Email WhatsApp Copy Link

Related Posts

ପେଟ୍ରୋଲ୍ ସମସ୍ୟାର ଅନ୍ତ!: 1 ଲକ୍ଷରୁ କମ୍ ମୂଲ୍ୟରେ ଉପଲବ୍ଧ ଏହି ଇଲେକ୍ଟ୍ରିକ୍ ବାଇକ୍, ଜାଣନ୍ତୁ ଏହାର ରେଞ୍ଜ

March 3, 2026

ହୋଲି ପାଇଁ ସ୍ୱତନ୍ତ୍ର ଅଫର ଘୋଷଣା କଲା BSNL: ଶୀଘ୍ର ଉଠାନ୍ତୁ ଲାଭ

March 3, 2026

ଜାନୁଆରୀ-୨୦୨୬ ଶିକ୍ଷାସତ୍ର ପାଇଁ ଇଗ୍ନୋର ନାମଲେଖା ଅବଧି ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି

March 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍: ଐତିହାସିକ ବିଶ୍ୱ ଘୋଷଣାନାମା ଏବଂ ଏଆଇ କ୍ଷେତ୍ରରେ ପ୍ରମୁଖ ନିବେଶ ପ୍ରତିଶ୍ରୁତି

March 3, 2026
Latest News

ପେଟ୍ରୋଲ୍ ସମସ୍ୟାର ଅନ୍ତ!: 1 ଲକ୍ଷରୁ କମ୍ ମୂଲ୍ୟରେ ଉପଲବ୍ଧ ଏହି ଇଲେକ୍ଟ୍ରିକ୍ ବାଇକ୍, ଜାଣନ୍ତୁ ଏହାର ରେଞ୍ଜ

March 3, 2026

ହୋଲି ପାଇଁ ସ୍ୱତନ୍ତ୍ର ଅଫର ଘୋଷଣା କଲା BSNL: ଶୀଘ୍ର ଉଠାନ୍ତୁ ଲାଭ

March 3, 2026

ଜାନୁଆରୀ-୨୦୨୬ ଶିକ୍ଷାସତ୍ର ପାଇଁ ଇଗ୍ନୋର ନାମଲେଖା ଅବଧି ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି

March 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍: ଐତିହାସିକ ବିଶ୍ୱ ଘୋଷଣାନାମା ଏବଂ ଏଆଇ କ୍ଷେତ୍ରରେ ପ୍ରମୁଖ ନିବେଶ ପ୍ରତିଶ୍ରୁତି

March 3, 2026

ଆଜି ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

March 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.