ଭୁବନେଶ୍ବର: ନୂଆପଡା ବିଧାୟକ ଥିବା ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ସେହି ଆସନ ପାଇଁ ହେବ ଉପନିର୍ବାଚନ। ନିୟମ ଅନୁସାରେ ଛଅ ମାସ ମଧ୍ୟରେ ଏହି ଉପ ନିର୍ବାଚନ ହେବ। ତେବେ ତା ପୂର୍ବରୁ ସାରା ଦେଶରେ ଜାରୀ ହେବାକୁ ଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ନୂଆପଡାରେ ଆଗ ଲାଗୁ ହେବ। ସେଥିପାଇଁ ନିର୍ବାଚନ କମିଶନରଙ୍କ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି।
ଏହି ନିଷ୍ପତି ଅନୁସାରେ ଆଜି ନୂଆପଡାରେ ଭୋଟର ତାଲିକା ପ୍ରକାଶିତ ହେବ। ଏହାପରେ ଆସନ୍ତାକାଲିଠାରୁ ଏଥିରେ ସଂଶୋଧନ ପକ୍ରିୟା ଆରମ୍ଭ କରାଯିବ। ବିଭିନ୍ନ ଅଭିଯୋଗକୁ ଗ୍ରହଣ କରି ଏଥିରେ ସଂଶୋଧନ କରାଯିବ। ଏହି ପକ୍ରିୟା ସେପ୍ଟମ୍ବର 29 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପରେ ଅକ୍ଟୋବର 7 ତାରିଖ ସୁଦ୍ଧା ଆସିଥିବା ଅଭିଯୋଗର ସଂଶୋଧନ କରାଯାଇ ଅକ୍ଟୋବର 9 ତାରିଖରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ।