କିରୋସିନି ପ୍ରସଙ୍ଗକୁ ନେଇ ଗୃହରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଲେ କଂଗ୍ରେସ ନେତା ନରସିଂହ ମିଶ୍ର

Published: Aug 1, 2019, 12:30 pm IST

ଗୃହରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଲେ କଂଗ୍ରେସ ଦଳର ନେତା ନରସିଂହ ମିଶ୍ର । କିରୋସିନି କୋଟା ପ୍ରସଙ୍ଗରେ ମନ୍ତ୍ରୀ ଓ ବିରୋଧୀ ଦଳ ନେତା ଭିନ୍ନ ଭିନ୍ନ ତଥ୍ୟ ରଖିଥିବାର ଅଭିଯୋଗ କରିଛନ୍ତି କଂଗ୍ରେସ ନେତା । ଗତକାଲି ଗୃହରେ ମନ୍ତ୍ରୀ କହିଥିଲେ, କେନ୍ଦ୍ର ରାଜ୍ୟକୁ କିରୋସିନି ଦେବା କମ୍‌ କରିଛି, ଏଥିପାଇଁ ଚଳିତ ମାସରୁ ପରିବାର ପିଛା ୨ ଲିଟର କିରୋସିନି ଦିଆଯିବ ବୋଲି କହିଥିଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । କିନ୍ତୁ ବିରୋଧୀ ଦଳ ନେତା କେନ୍ଦ୍ର କମ୍‌ କିରୋସିନି ଦେଉଥିବା କଥାକୁ ସ୍ବୀକାର କରିନଥିବାବେଳେ କେନ୍ଦ୍ର ପର୍ଯ୍ୟାପ୍ତ କିରାସିନି ଦେଉଛି ବୋଲି କହିଥିଲେ । ଶାସକ ଦଳ ମନ୍ତ୍ରୀ ଓ ବିଧାୟକଙ୍କ ଦ୍ବାରା କିରୋସିନି କଳାବଜାରୀ ହେଉଥିବାର କହିଥିଲେ ବିରୋଧୀ ନେତା। ଏମାନଙ୍କ ଭିତରୁ କେହି ଜଣେ ଗୃହକୁ ବିଭ୍ରାନ୍ତିକର ତଥ୍ୟ ଦେଇଥିବାର କହିଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର । ତେବେ ଏହି ସ୍ବାଧିକାର ଭଙ୍ଗ ନୋଟିସ୍‌ ଉପରେ ଅନୁଧ୍ୟାନ କରାଯିବ ବୋଲି ବାଚସ୍ପତି କହିଛନ୍ତି ।

Related posts