ଭୁବନେଶ୍ଵର: ଭାରତୀୟ ସାଂସ୍କୃତିକ ପରମ୍ପରା, ସନାତନ ଧର୍ମ, ପୂର୍ବ ପୁରୁଷରୁ ଆରମ୍ଭ ହୋଇଥିବା ଧର୍ମୀୟ ସାଂସ୍କୃତିକ ଐତିହ୍ୟ, ଲୋକ ପରମ୍ପରା ଓ ପୂଜାପାଠ ବଜାୟ ରଖି ସମସ୍ତ ପୂଜା ଉତ୍ସବ ପାଳନ କରିବାକୁ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପରାମର୍ଶ ଦେଇଛନ୍ତି। ଭଦ୍ରକ ସହର କୁଆଁସ ଗ୍ରାମରେ ୧ ମାସ ଧରି ପୂଜା ପାଉଥିବା ବାବା ପିଲା ଗଣେଶ ପୂଜା ମହୋତ୍ସବର ଗତକାଲି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ସୁରଜ ବିଭିନ୍ନ ମେଢ଼ ବୁଲି ଦେଖିଥିଲେ। କାର୍ଯ୍ୟକ୍ରମରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ଉତ୍ସବରେ ଉତ୍ତମ ସେବା ପାଇଁ ୧୦ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।