Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ନୂତନ ଭାବେ ନିର୍ମିତ ୯୧୩ଟି ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ
ଆଜିର ଖବର

ରାଜ୍ୟରେ ନୂତନ ଭାବେ ନିର୍ମିତ ୯୧୩ଟି ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ

September 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Prabhati Parida
Prabhati Parida inaugurated 913 newly constructed Anganwadi

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ୭୪ ହଜାର ୨୨୪ ଅଙ୍ଗନବାଡି ଅଭିଯାନ ମୋଡ୍ ରେ ସକ୍ଷମ ଅଙ୍ଗନବାଡିରେ ରୂପାନ୍ତରିତ ହେବ ବୋଲି ଉପ-ମୁଖ୍ୟମନ୍ତ୍ରୀ ଶ୍ରପ୍ରଭାତୀ ପରିଡା ଆଭାଷୀ ମାଧ୍ୟମରେ ୯୧୩ ଅଙ୍ଗନବାଡି କେନ୍ଦ୍ର ଉଦଘାଟନ ଅବସରରେ ମତବ୍ୟକ୍ତ କରିଛନ୍ତି। ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ସହଭାଗିତାରେ ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ କରକମଳରେ ଏକାଥରେ ରାଜ୍ୟର ୯୧୩ଟି ନବନିର୍ମିତ ଅଙ୍ଗନବାଡି ଉଦଘାଟନ ହୋଇଯାଇଛି। ତୃଣମୂଳସ୍ତରରେ ଅଙ୍ଗନବାଡି କେନ୍ଦ୍ର ହେଉଛି ମହିଳା ଓ ଶିଶୁ ବିକାଶ ବିଭାଗର କେନ୍ଦ୍ରବିନ୍ଦୁ। ବହୁ ପ୍ରତୀକ୍ଷା ପରେ ଆଜି ରାଜ୍ୟରେ ୯୧୩ ଅଙ୍ଗନବାଡି କେନ୍ଦ୍ରକୁ ନିଜର ଗୃହ ମିଳିଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଦୃଢ ମତ ରଖିଛନ୍ତି। ବିପଦସଙ୍କୁଳ ଅବସ୍ଥାରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ବିଶେଷ ଦୃଷ୍ଟି ଦେବା ପାଇଁ ସେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। “ଆସ ବୁଲିଯିବା ଅଙ୍ଗନବାଡି” ଅଭିଯାନରେ ୨ ଲକ୍ଷ ୯୯ ହଜାରରୁ ଅଧିକ ଜନସାଧାରଣ ସାମିଲ ହୋଇ ଏହି ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣିତ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତ ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ସମ୍ବଲପୁରରୁ ଆଭାଷୀ ମାଧ୍ୟମରେ ଯୋଗ ଦେଇ ରାଜ୍ୟର ସମସ୍ତ ଅଙ୍ଗନବାଡିର ଭିତ୍ତିଭୂମିକୁ ସୁଦୃଢ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅଙ୍ଗନବାଡି କେନ୍ଦ୍ରରେ ସ୍ଵଚ୍ଛତା ଓ ପାନୀୟ ଜଳ ସୁବିଧା ଉପରେ ସେ ବିଶେଷ ଗୁରୁତ୍ଵ ଦେଇଥିଲେ । ଅଙ୍ଗନବାଡି କେନ୍ଦ୍ର, ବିକଶିତ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ର ମୂଳଦୁଆ ବୋଲି ମନ୍ତ୍ରୀ ଶ୍ରୀ ନାୟକ ମତ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଆଭାଷୀ ମାଧ୍ୟମରେ ଯୋଡି ହୋଇଥିବା ଜିଲ୍ଲାର ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ନୂତନ ଅଙ୍ଗନବାଡି କେନ୍ଦ୍ର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ନିଜର ଖୁସି ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ , ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଅତିରିକ୍ତ ସଚିବ ଅରୂପ କୁମାର ସାହୁ , ଆଭାଷୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ, ବ୍ଲକ ଉନ୍ନୟନ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

BJP Ads
Anganwadi Prabhati Parida
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର ନିର୍ବାଚନ: ଅପରାହ୍ନ ୧ଟା ସୁଦ୍ଧା ବମ୍ପର ମତଦାନ, ୨୦୨୦ ତୁଳନାରେ ୧୦% ଅଧିକ

November 6, 2025

Nuapada Bypoll: ନୂଆପଡାରୁ ଜବତ ହେଲା ବହୁ ପରିମାଣର ମଦ, ଏହାର ମୂଲ୍ୟ କେତେ ହେବ ଜାଣନ୍ତି?

November 6, 2025

ଆହୁରୀ ତଳକୁ ଖସିବ ସୁନାର ମୂଲ୍ୟ, ଜାଣନ୍ତୁ ଆଜି କେତେ ଟଙ୍କାରେ ବିକ୍ରି ହେଉଛି ୨୪ କ୍ୟାରେଟ୍ ସୁନା?

November 6, 2025

ଆଜି କ୍ୱିନ୍ସଲ୍ୟାଣ୍ଡରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟି-୨୦

November 6, 2025
BJP Ads
Latest News

ବିହାର ନିର୍ବାଚନ: ଅପରାହ୍ନ ୧ଟା ସୁଦ୍ଧା ବମ୍ପର ମତଦାନ, ୨୦୨୦ ତୁଳନାରେ ୧୦% ଅଧିକ

November 6, 2025

Nuapada Bypoll: ନୂଆପଡାରୁ ଜବତ ହେଲା ବହୁ ପରିମାଣର ମଦ, ଏହାର ମୂଲ୍ୟ କେତେ ହେବ ଜାଣନ୍ତି?

November 6, 2025

ଆହୁରୀ ତଳକୁ ଖସିବ ସୁନାର ମୂଲ୍ୟ, ଜାଣନ୍ତୁ ଆଜି କେତେ ଟଙ୍କାରେ ବିକ୍ରି ହେଉଛି ୨୪ କ୍ୟାରେଟ୍ ସୁନା?

November 6, 2025

Bihar Assembly Polls: ବିହାରରେ ସକାଳ ୯:୦୦ ଟା ସୁଦ୍ଧା ପ୍ରାୟ ୧୩.୩୯ ପ୍ରତିଶତ ମତଦାନ

November 6, 2025

ଆଜି କ୍ୱିନ୍ସଲ୍ୟାଣ୍ଡରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟି-୨୦

November 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.