Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଢେଙ୍କାନାଳରେ ଅନୁଷ୍ଠିତ ହେବ ଫଟୋଗ୍ରାଫୀ ପ୍ରତିଯୋଗିତା
ଆଜିର ଖବର

ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଢେଙ୍କାନାଳରେ ଅନୁଷ୍ଠିତ ହେବ ଫଟୋଗ୍ରାଫୀ ପ୍ରତିଯୋଗିତା

September 17, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଢେଙ୍କାନାଳ
ଆଇଆଇଏମସି ଢେଙ୍କାନାଳ ପକ୍ଷରୁ ଦୁଇଟି ନୂଆ ସ୍ନାତକୋତ୍ତର ପାଠ୍ୟକ୍ରମ ଘୋଷଣା

ଭୁବନେଶ୍ୱର: ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ସଚେତନତା ସୃଷ୍ଟି କରିବା ଲାଗି ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରେ ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ପ୍ରତିଷ୍ଠାନ (ଆଇଆଇଏମସି) ପରିସରରେ ଫଟୋଗ୍ରାଫି ପ୍ରତିଯୋଗିତା ଆୟୋଜନ କରାଯିବ। ଏଥିପାଇଁ ଫଟୋ ପଠାଇବାର ଶେଷ ତାରିଖ ଆସନ୍ତା ୨୫ ତାରିଖକୁ ଧାର୍ଯ୍ୟ କରାଯାଇଛି। ଢେଙ୍କାନାଳ ଉପଖଣ୍ଡ ବନ ବିଭାଗ କାର୍ଯ୍ୟାଳୟ ଏବଂ ଆଇଆଇଏମସିର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯିବ।

ମୋଟ୍‌ ତିନୋଟି ବର୍ଗରେ ଏହି ପ୍ରତିଯୋଗିତା ଆୟୋଜନ କରାଯିବ। ବ୍ୟକ୍ତିଗତ ଓ ଦଳଗତ ଫଟୋ ଏବଂ ଫଟୋ ଫିଚର ବର୍ଗରେ ଆଇଆଇଏମସି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ। ଆଉ ଗୋଟିଏ ମୁକ୍ତ ବର୍ଗରେ ସାଧାରଣ ନାଗରିକ ଏବଂ ପେସାଦାର ଫଟୋଗ୍ରାଫରମାନେ ଅଂଶଗ୍ରହଣ କରିପାରିବେ। ଜୈବ ବିବିଧତାର ସୌନ୍ଦର୍ଯ୍ୟ, ପ୍ରାଣୀ ଓ ଉଦ୍ଭିଦ ଜଗତର ବିବିଧ ରଙ୍ଗ, ମଣିଷ-ବନ୍ୟପ୍ରାଣୀ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ବିଷୟବସ୍ତୁ ଉପରେ ଅଂଶଗ୍ରହଣକାରୀମାନେ ଆସନ୍ତା ୨୫ ତାରିଖ ସୁଦ୍ଧା https://forms.gle/KpHEdTdskJpgNVuGA ଲିଙ୍କରେ ଫଟୋ ଅପଲୋଡ୍‌ କରିପାରିବେ।

ଫଟୋ ୧-୫ ଏମବି ମଧ୍ୟରେ ହେବା ଉଚିତ୍‌। ବିଗତ ୬ ମାସ ମଧ୍ୟରେ ଢେଙ୍କାନାଳ ଜିଲ୍ଲାରେ ଫଟୋ ଉଠାଯାଇଥିବା ଆବଶ୍ୟକ। ପ୍ରତ୍ୟେକ ଫଟୋର ଏକ ସଂକ୍ଷିପ୍ତ ବିବରଣୀ ଏବଂ ଗୋଟିଏ ଧାଡ଼ିର କ୍ୟାପ୍ସନ ରହିଥିବା ଆବଶ୍ୟକ। ନିୟମିତ କ୍ୟାମେରା, ପଏଣ୍ଟ ଆଣ୍ଡ ସୁଟ୍‌ କିମ୍ବା ଡିଏସଏଲଆର କ୍ୟାମେରାରେ ଫଟୋ ଉଠାଇ ହେବ।  ତେବେ ଡ୍ରୋନ୍‌ କ୍ୟାମେରାରେ ଉଠାଯାଇଥିବା ଫଟୋକୁ ଗ୍ରହଣ କରାଯିବ ନାହିଁ।

ଆଇଆଇଏମସି ଢେଙ୍କାନାଳ ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ଫଟୋଗ୍ରାଫୀ ପ୍ରତିଯୋଗିତା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୧୪ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 14, 2026

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Latest News

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026

ଆଜି ମାର୍ଚ୍ଚ ୧୪ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 14, 2026

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.