Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେବା ପର୍ବ ଉପଲକ୍ଷେ ଡିଡି ନେସନାଲ୍ ଏବଂ ଡିଡି ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ
ଆଜିର ଖବର

ସେବା ପର୍ବ ଉପଲକ୍ଷେ ଡିଡି ନେସନାଲ୍ ଏବଂ ଡିଡି ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ

September 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସେବା ପର୍ବ
ସେବା ପର୍ବ ଉପଲକ୍ଷେ ଡିଡି ନେସନାଲ୍ ଏବଂ ଡିଡି ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀରେ ସେବା ପର୍ବ ପାଳନର ଅଂଶବିଶେଷ ଭାବରେ ଡିଡି ନେସନାଲ୍ ଏବଂ ଡିଡି ନ୍ୟୁଜରେ ପ୍ରସାରିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମଗୁଡ଼ିକୁ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କ୍ଷୁଦ୍ର ଚଳଚ୍ଚିତ୍ର ଗୁଡ଼ିକର ପ୍ରୋମୋ ମଧ୍ୟ ଉନ୍ମୋଚିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦୂରଦର୍ଶନ ଏବଂ ପ୍ରସାର ଭାରତୀ ଦ୍ୱାରା ଆଜି ଉନ୍ମୋଚନ କରାଯାଇଥିବା କ୍ଷୁଦ୍ର ଚଳଚ୍ଚିତ୍ରଗୁଡ଼ିକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ପ୍ରଦର୍ଶିତ କର୍ମଯୋଗ ଏବଂ ଜୀବନବ୍ୟାପୀ ସମର୍ପଣର ଭାବନାକୁ ପ୍ରତିଫଳିତ କରିଥାଏ। ଆରମ୍ଭରୁ, ପ୍ରଧାନମନ୍ତ୍ରୀ ଦେଶ ଏବଂ ସମାଜର ସେବା ପାଇଁ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଛନ୍ତି, ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ରାଷ୍ଟ୍ର ନିର୍ମାଣ ଲକ୍ଷ୍ୟ ହାସଲ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି। ଏହି ପ୍ରତିବଦ୍ଧତା ଦେଶ ପାଇଁ ଏକ ମହାନ ଆଶୀର୍ବାଦ ଏବଂ ଏହା ଆଜି ସାରା ଭାରତରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନରୁ ସ୍ପଷ୍ଟ ରୂପେ ଦୃଶ୍ୟମାନ ହେଉଛି।

ଶ୍ରୀ ବୈଷ୍ଣବ ଆହୁରି ମଧ୍ୟ କହିଛନ୍ତି, ଗତ ୧୧ ବର୍ଷ ମଧ୍ୟରେ, ଭାରତ ଏହାର ଉପାନ୍ତ ଗ୍ରାମଗୁଡ଼ିକରେ ମଧ୍ୟ ସ୍ପଷ୍ଟ ପ୍ରଗତି ଦେଖିଛି। ବିଶ୍ୱ ସ୍ତରରେ, ଭାରତ ପ୍ରଯୁକ୍ତିବିଦ୍ୟା, ସୃଜନଶୀଳତା, ସାମାଜିକ ନ୍ୟାୟ ଏବଂ ସମାବେଶୀ ଅଭିବୃଦ୍ଧି ଭଳି କ୍ଷେତ୍ରରେ ଏକ ନୂତନ ପରିଚୟ ଓ ସ୍ୱୀକୃତି ହାସଲ କରିଛି। ସେବା ପର୍ବ ସମୟରେ ସେବା ଭାବନାକୁ ସମ୍ମାନ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ। କେନ୍ଦ୍ର ମନ୍ତ୍ରୀ ସେବା କାର୍ଯ୍ୟରେ ଅଂଶଗ୍ରହଣ ପାଇଁ ଉତ୍ସାହିତ କରିଥିଲେ। ସେ ମଧ୍ୟ ରକ୍ତଦାନ ଶିବିରରୁ ଆଜିର ଦିନକୁ ଶୁଭାରମ୍ଭ କରିଥିଲେ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଦେଶର ପରିବର୍ତ୍ତନମୂଳକ ଯାତ୍ରା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ସମୟରେ ଜନସେବା ଏବଂ ସୁଶାସନକୁ ମାର୍ଗଦର୍ଶୀ ନୀତି ଭାବରେ ଗୁରୁତ୍ୱ ଦିଆଯାଇଛି । ଦେଶର ସମସ୍ତ ଭାଗରୁ ପ୍ରଗତି ଏବଂ ବିକାଶର କାହାଣୀ ଆଗକୁ ଆସୁଛି ।

ସୂଚନାଯୋଗ୍ୟ, ସେବା ପର୍ବ ଅନ୍ତର୍ଗତ ସ୍ୱତନ୍ତ୍ର କାର୍ଯ୍ୟକ୍ରମଗୁଡ଼ିକ ସେବା ମନୋଭାବକୁ ପ୍ରଦର୍ଶନ କରିବ ଏବଂ ବିବିଧ ପ୍ରୟାସ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ପ୍ରତିବଦ୍ଧତାକୁ ଉଜାଗର କରିବ। ଦୂରଦର୍ଶନରେ ସଂଗୃହିତ ବିଷୟବସ୍ତୁ ଜନସେବା, ବିକାଶ ଏବଂ ସାମୂହିକ ଦାୟିତ୍ୱର ପ୍ରେରଣାଦାୟକ କାହାଣୀଗୁଡ଼ିକୁ ସାମ୍ନାକୁ ଆଣିବ। ଡିଡି ନ୍ୟୁଜ୍ ଜାତୀୟ ସ୍ତରରେ ତିନୋଟି ଡକ୍ୟୁମେଣ୍ଟାରୀ ପ୍ରସାରଣ କରିବ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତର ଗାଁଗୁଡ଼ିକରେ ବିକାଶ ଏବଂ ପରିବର୍ତ୍ତନର କାହାଣୀକୁ ‘‘ମେରା ଗାଁଓ ଆଜ୍‌” ଧାରାବାହିକ ଜରିଆରେ ପରିବେଷଣ କରାଯିବ। ଡିଡି ନେସନାଲରେ ‘‘ସ୍ୱ ସେ ସମଗ୍ର ତକ୍’’ ଡକ୍ୟୁମେଣ୍ଟାରୀ ପ୍ରସାରଣ କରାଯିବ। ଡିଡି ନ୍ୟୁଜର ଆଞ୍ଚଳିକ ଚାନେଲଗୁଡ଼ିକରେ ଆଞ୍ଚଳିକ ଭାଷାରେ ମଧ୍ୟ ଡକ୍ୟୁମେଣ୍ଟାରୀ ପ୍ରକାଶ କରାଯିବ।

ଏହି ଅବସରରେ ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ ଧୀରେନ୍ଦ୍ର ଓଝା, ପ୍ରସାର ଭାରତୀର ଅଧ୍ୟକ୍ଷ ନବନୀତ କୁମାର ସେହଗଲ, ସିଇଓ ଗୌରବ ଦ୍ୱିବେଦୀ, ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ଚନ୍ଦ୍ରପ୍ରକାଶ ଦ୍ବିବେଦୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ସୁଶାସନର କାହାଣୀ କହୁଥିବା ‘ସଂକଳ୍ପ କୀ ଶକ୍ତି, ସୁଶାସନ କା ସାମର୍ଥ୍ୟ’ କ୍ଷୁଦ୍ର ଚଳଚ୍ଚିତ୍ର, ବିଶ୍ୱରେ ଭାରତର ପ୍ରତିଷ୍ଠା ବୃଦ୍ଧି ଉପରେ ଆଧାରିତ ‘ବିଶ୍ୱ ପଟଲ ପର ନେତୃତ୍ୱ କା ଶଙ୍ଖନାଦ’, ଜନସେବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ କଠିନ ପରିଶ୍ରମ ଉପରେ ଆଧାରିତ କର୍ମୟୋଗ-ଏକ ଅନ୍ତହୀନ୍‌ ଯାତ୍ରା, ସ୍ୱତନ୍ତ୍ର ଧାରାବାହିକ ‘ସ୍ୱ ସେ ସମଗ୍ର ତକ’, ମେରା ଗାଁଓ ଆଜ୍‌ ଭଳି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।

‘ମେରା ଗାଁଓ ଆଜ୍‌’ ଧାରାବାହିକ ଅଶ୍ୱିନୀ ବୈଷ୍ଣବ ଡିଡି ନେସନାଲ୍ ଡିଡି ନ୍ୟୁଜ ସେବା ପର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026

ଆରବ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 31, 2026

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମର୍ଥନରେ ଛାଡିଥିଲେ ପଦବୀ: ଏବେ ପ୍ରତ୍ୟାହାର କଲେ ଇସ୍ତଫା

January 31, 2026
Latest News

ଇଶାନଙ୍କ ଶତକ ଏବଂ ଅର୍ଶଦୀପଙ୍କ ପଞ୍ଝା: ପଞ୍ଚମ ଟି-୨୦କୁ ୪୬ ରନରେ ଜିତିଲା ଭାରତ

January 31, 2026

Odisha Cabinet Meeting: ରାଜ୍ୟ କ୍ୟାବିନେଟର ବୈଠକ, ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ମଂଜୁରୀ

January 31, 2026

Union Budget 2026: ଆସନ୍ତାକାଲି ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ

January 31, 2026

ଆରବ ବୈଦେଶିକ ମନ୍ତ୍ରୀଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 31, 2026

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.