Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ତରାବୋଇ ଠାରେ ନୂତନ ପାସେଞ୍ଜର ହଲ୍ଟ ଉଦଘାଟନ
ଆଜିର ଖବର

ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ତରାବୋଇ ଠାରେ ନୂତନ ପାସେଞ୍ଜର ହଲ୍ଟ ଉଦଘାଟନ

September 17, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନ
ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ତରାବୋଇ ଠାରେ ନୂତନ ପାସେଞ୍ଜର ହଲ୍ଟ ଉଦଘାଟନ

ଭୁବନେଶ୍ୱର/ଜଟଣୀ: ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅଧୀନରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ଖୋର୍ଦ୍ଧା ରୋଡ୍ ଏବଂ ଖୋର୍ଦ୍ଧା ଟାଉନ୍ ରେଳ ଷ୍ଟେସନ ମଧ୍ୟରେ ଥିବା ତରାବୋଇ ଠାରେ ଏକ ନୂତନ ପାସେଞ୍ଜର ହଲ୍ଟ କୁ ଆଜି ଅପରାହ୍ନରେ ଉଦ୍ଘାଟନ କରାଯାଇଅଛି। ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି ପାସେଞ୍ଜର ହଲ୍ଟକୁ ଉଦଘାଟନ କରିବ ସହ ସବୁଜ ପତାକା ପ୍ରଦର୍ଶନ କରାଇ ତରବୋଇ ଠାରେ ମେମୁ ଟ୍ରେନର ରହଣି କୁ ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ଆଜି ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନର ତରାବୋଇରେ ନୂତନ ପାସେଞ୍ଜର ହଲ୍ଟକୁ ଉଦଘାଟନ କରି ସେ ବହୁତ ଖୁସି। ଏହି ବହୁ ପ୍ରତୀକ୍ଷିତ ସୁବିଧା ତରାବୋଇ ଏବଂ ଆଖପାଖ ଗ୍ରାମ ପଞ୍ଚାୟତର ଲୋକମାନଙ୍କୁ ବହୁତ ଲାଭ ପ୍ରଦାନ କରିବା ସହ IIT ଭୁବନେଶ୍ୱର, NISER ଏବଂ ନିକଟବର୍ତ୍ତୀ ଅନ୍ୟାନ୍ୟ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ର ଏବଂ ଅଧ୍ୟାପକମାନଙ୍କୁ ସେବା ଯୋଗାଇବ। ଏଠାରେ ଚାରି ଯୋଡ଼ା ଟ୍ରେନ୍ ରହଣି ପ୍ରଦାନ କରିବା ସହିତ ଦୈନନ୍ଦିନ ଯାତ୍ରୀଙ୍କ ସୁବିଧା ବହୁଗୁଣିତ ହେବ।

ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ରହଣି କେବଳ ଶିକ୍ଷା କେନ୍ଦ୍ର ଏବଂ ନିକଟବର୍ତ୍ତୀ ଗ୍ରାମଗୁଡ଼ିକୁ ଉତ୍ତମ ସଂଯୋଗ ପ୍ରଦାନ କରିବ ନାହିଁ ବରଂ ବରୁଣେଇ ପାହାଡ଼, ଖୋର୍ଦ୍ଧା ଦୁର୍ଗ ଏବଂ ବରୁଣେଇ ମନ୍ଦିର ଭଳି ଐତିହାସିକ ସ୍ଥାନଗୁଡ଼ିକୁ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। ଏହା ଭାରତୀୟ ରେଳବାଇର ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି, ଶେଷ ମାଇଲ ସଂଯୋଗୀକରଣ ଏବଂ ଓଡ଼ିଶାର ଲୋକଙ୍କ ପାଇଁ ବର୍ଦ୍ଧିତ ଯାତ୍ରୀ ସୁବିଧା ପାଇଁ ଦୃଷ୍ଟିକୋଣ ପୂରଣ କରିବା ଦିଗରେ ଆଉ ଏକ ପଦକ୍ଷେପ ଅଟେ।

ଏହି ଅବସରରେ ଉପସ୍ଥିତ ମାନ୍ୟବର ବିଶିଷ୍ଟ ବ୍ୟକ୍ତି, ଜନପ୍ରତିନିଧି, ଗଣମାଧ୍ୟମ ଏବଂ ସ୍ଥାନୀୟ ନାଗରିକମାନଙ୍କୁ ସ୍ୱାଗତ କରି, ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଆଲୋକ ତ୍ରିପାଠୀ ତରାବୋଇ ପାସେଞ୍ଜର ହଲ୍ଟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଯାହା ସ୍ଥାନୀୟ ଲୋକଙ୍କ ଦୀର୍ଘଦିନର ଦାବି ପୂରଣ କରିବ ବୋଲି କହିଥିଲାବେଳେ ଏହି ଅଞ୍ଚଳର ପ୍ରତ୍ୟେକ କୋଣରେ ଅନ୍ତର୍ଭୁକ୍ତ ବିକାଶ ଏବଂ ଉନ୍ନତ ସଂଯୋଗ ଆଣିବାରେ ଭାରତୀୟ ରେଳବାଇର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।

ଜାନୁଆରୀ 2024 ରେ ରେଳ ବୋର୍ଡ ଦ୍ୱାରା ଅନୁମୋଦିତ ତରାବୋଇ ପାସେଞ୍ଜର ହଲ୍ଟ ସେପ୍ଟେମ୍ବର 2025 ରେ ₹80 ଲକ୍ଷ ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି। ଏହି ଅଞ୍ଚଳର ପାଞ୍ଚରୁ ଅଧିକ ଗ୍ରାମ ପଞ୍ଚାୟତକୁ ସେବା ଯୋଗାଇବା ପାଇଁ ପାସେଞ୍ଜର ହଲ୍ଟକୁ ଆଧୁନିକ ଯାତ୍ରୀ ସୁବିଧା ପ୍ରଦାନ କରାଯାଇଛି ଯେଉଁଥିରେ ଅନ୍ତର୍ଭୁକ୍ତ ଅଛି _ ପାନୀୟ ଜଳ (ହ୍ୟାଣ୍ଡପମ୍ପ), ପ୍ରତୀକ୍ଷା ହଲ୍, 06 ବେ ସହିତ ପ୍ଲାଟଫର୍ମ ଆଶ୍ରୟସ୍ଥଳ, ପର୍ଯ୍ୟାପ୍ତ ଆଲୋକୀକରଣ, ରେଲ ସ୍ତରର ପ୍ଲାଟଫର୍ମ, ସମୟ ସାରଣୀ ବୋର୍ଡ ଏବଂ ଯାତ୍ରୀଭଡା ଚାର୍ଟ, ଡଷ୍ଟବିନ୍ ଏବଂ ଶୌଚାଳୟ ଇତ୍ୟାଦି।

ଚାରି ଯୋଡ଼ା ଟ୍ରେନ୍ 68443/68444 ଭଦ୍ରକ-ଦସପଲ୍ଲା-ଭଦ୍ରକ ମେମୁ, 68429/68430 ଭୁବନେଶ୍ୱର-ଦସପଲ୍ଲା-ଭୁବନେଶ୍ୱର ମେମୁ, 18423/18424 ଭୁବନେଶ୍ୱର-ଦସପଲ୍ଲା-ଭୁବନେଶ୍ୱର ଏକ୍ସପ୍ରେସ ଏବଂ 68449/68450 ପୁରୀ-ଦସପଲ୍ଲା-ପୁରୀ ମେମୁ ନୂତନ ଭାବରେ ପ୍ରଦାନ କରାଯାଉଥିବା ତରାବୋଇ ପାସେଞ୍ଜର ହଲ୍ଟରେ ଆଜିଠାରୁ ରହଣି ପ୍ରଦାନ କରିବ।

ତରାବୋଇରୁ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବାକୁ ଥିବା ଟ୍ରେନ ଗୁଡିକ ଯଥା 68443 ଭଦ୍ରକ ଦଶପଲ୍ଲା ମେମୁ ତରାବୋଇ ଠାରେ ପୂର୍ବାହ୍ନ 09ଘ.18 ମି.ରେ ପହଞ୍ଚି ପୂର୍ବାହ୍ନ 09ଘ.19 ମି.ରେ ଛାଡିବ; 68429 ଭୁବନେଶ୍ୱର-ଦଶପଲ୍ଲା ମେମୁ ପୂର୍ବାହ୍ନ 10ଘ.19 ମି.ରେ ପହଞ୍ଚି ପୂର୍ବାହ୍ନ 10ଘ.20 ମି.ରେରେ ଛାଡିବ; 18423 ଭୁବନେଶ୍ୱର-ଦଶପଲ୍ଲା ଏକ୍ସପ୍ରେସ ସନ୍ଧ୍ୟା 7 ଘଟିକାରେ ପହଞ୍ଚି ସନ୍ଧ୍ୟା 7 ଘ.02 ମି.ରେ ଛାଡିବ ଏବଂ 68449 ପୁରୀ-ଦଶପଲ୍ଲା ମେମୁ ସନ୍ଧ୍ୟା 7 ଘ.25 ମି.ରେ ପହଞ୍ଚି ସନ୍ଧ୍ୟା 7 ଘ.26 ମି.ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ।

ସେହିପରି, ତରାବୋଇରୁ ଖୋର୍ଦ୍ଧା ରୋଡ ଅଭିମୁଖେ ଯାତ୍ରା କରିବାକୁ ଥିବା ଟ୍ରେନ ଯଥା 18424 ଦଶପଲ୍ଲା-ଭୁବନେଶ୍ୱର ଏକ୍ସପ୍ରେସ ତରାବୋଇ ଠାରେ ସକାଳ 7 ଘ.55 ମି.ରେ ପହଞ୍ଚି ସକାଳ 7 ଘ.56 ମି.ରେ ଛାଡିବ; 68450 ଦଶପଲ୍ଲା-ପୁରୀ ମେମୁ ସକାଳ 8ଘ. 18ମି.ରେ ପହଞ୍ଚି ସକାଳ 8ଘ. 20ମି.ରେ ଛାଡିବ; 68430 ଦଶପଲ୍ଲା-ଭୁବନେଶ୍ୱର ମେମୁ ସନ୍ଧ୍ୟା 5ଘ.25ମି.ରେ ପହଞ୍ଚି ସନ୍ଧ୍ୟା 5ଘ.26ମି.ରେ ଛାଡିବ ଏବଂ 68444 ଦଶପଲ୍ଲା-ଭଦ୍ରକ ମେମୁ ସନ୍ଧ୍ୟା 6ଘ.08ମି.ରେ ପହଞ୍ଚି ସନ୍ଧ୍ୟା 6ଘ.09ମି.ରେ ଖୋର୍ଦ୍ଧା ରୋଡ୍ ଅଭିମୁଖେ ଯାତ୍ରା କରିବ।

ଏହି ନୂତନ ପାସେଞ୍ଜର ହଲ୍ଟ ଷ୍ଟେସନର ଉଦଘାଟନ ଭାରତୀୟ ରେଳବାଇର ଶେଷ ମାଇଲ ସଂଯୋଗୀକରଣକୁ ଉନ୍ନତ କରି ଯାତ୍ରାର ସହଜତା ପ୍ରଦାନ କରିବ ଏବଂ ଆଞ୍ଚଳିକ ବିକାଶକୁ ପ୍ରୋତ୍ସାହିତ କରିବା ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଅଛି।

IIT ଭୁବନେଶ୍ୱର NISER ଅପରାଜିତା ଷଡଙ୍ଗୀ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ତରାବୋଇ ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ଦ୍ୱାରା ସ୍ୱଚ୍ଛତା ହିଁ ସେବା 2025 ଅଭିଯାନ

September 17, 2025

ସେବା ପର୍ବ ଉପଲକ୍ଷେ ଡିଡି ନେସନାଲ୍ ଏବଂ ଡିଡି ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ

September 17, 2025

ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଢେଙ୍କାନାଳରେ ଅନୁଷ୍ଠିତ ହେବ ଫଟୋଗ୍ରାଫୀ ପ୍ରତିଯୋଗିତା

September 17, 2025

ସୋଆ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ‘ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍‌’ ଶୀର୍ଷକ କର୍ମଶାଳା

September 17, 2025
Latest News

ପୂର୍ବତଟ ରେଳପଥ ଦ୍ୱାରା ସ୍ୱଚ୍ଛତା ହିଁ ସେବା 2025 ଅଭିଯାନ

September 17, 2025

ସେବା ପର୍ବ ଉପଲକ୍ଷେ ଡିଡି ନେସନାଲ୍ ଏବଂ ଡିଡି ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ

September 17, 2025

ବାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ “ମା ପାଇଁ ଗଛଟିଏ ” କାର୍ଯ୍ୟକ୍ରମ

September 17, 2025

ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ତରାବୋଇ ଠାରେ ନୂତନ ପାସେଞ୍ଜର ହଲ୍ଟ ଉଦଘାଟନ

September 17, 2025

ପ୍ରକୃତି ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଢେଙ୍କାନାଳରେ ଅନୁଷ୍ଠିତ ହେବ ଫଟୋଗ୍ରାଫୀ ପ୍ରତିଯୋଗିତା

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.