ନୂଆଦିଲ୍ଲୀ: ଏକ ପୁରୁଣା ଦୁଷ୍କର୍ମ ମାମଲାରେ ପଳାତକ ଲଳିତ ମୋଦିଙ୍କ ଭାଇ ସମୀର ମୋଦିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଆଜି ଦିଲ୍ଲୀ ଛାଡିବା ସମୟରେ ତାଙ୍କୁ ଅଟକ ରଖାଯାଇଥିଲା। ବିମାନବନ୍ଦରରେ ଗିରଫ ହେବା ପରେ ସମୀର ମୋଦିଙ୍କୁ ନ୍ୟୁ ଫ୍ରେଣ୍ଡସ୍ କଲୋନି ପୋଲିସ ଷ୍ଟେସନକୁ ନିଆଯାଇଥିଲା। ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା।
ମାମଲାର ଦୀର୍ଘ ସମୟ ଧରି ତଦନ୍ତ ପରେ ଏହି ଗିରଫଦାରୀ ହୋଇଛି।