ଭୁବନେଶ୍ଵର: ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ରାଜ ଭବନର ନ୍ୟୁ ଅଭିଷେକ ହଲରେ ଆୟୋଜିତ ରକ୍ତଦାନ ଶିବିର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ରକ୍ତଦାତାମାନଙ୍କ ଦ୍ୱାରା ଅନ୍ୟର ଜୀବନ ରକ୍ଷା ପାଇଁ ପ୍ରଦର୍ଶିତ କରୁଣା ଓ ନିଷ୍ଠା ଅତ୍ୟନ୍ତ ପ୍ରେରଣାଦାୟୀ। ରାଜ୍ୟପାଳ ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ଏବଂ ଟି-ସାର୍ଟ ବଣ୍ଟନ କରି ସେମାନଙ୍କ ଯୋଗଦାନର ଉଚ୍ଚ ପ୍ରଶଂସା କରିଛନ୍ତି। ରାଜଭବନ ଓ କ୍ୟାପିଟାଲ ହସ୍ପିଟାଲର ବ୍ଲଡ ବ୍ୟାଙ୍କର ମିଳିତ ସହଯୋଗରେ ଏହି ଶିବିର ଆୟୋଜିତ କରାଯାଇଥିଲା। ଏଥିରେ ମୋଟ ୧୭୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି।