Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ
ଆଜିର ଖବର

ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ

September 19, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ
ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପରିସରରେ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି) ବୈଠକ ଅନୁଷ୍ଠିତ ହୋଇଛି। ଆଇଏମପିସିସି ଓଡ଼ିଶାରେ କାର୍ଯ୍ୟରତ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ବିଭାଗ ତଥା ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାନ ଓ କାର୍ଯ୍ୟାଳୟ ଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିଥାଏ।

ଆଜିର ବୈଠକରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଶ୍ରୀ ଅଖିଳ କୁମାର ମିଶ୍ର ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶେଷ କରି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାର ଓ ପ୍ରସାର ସମ୍ପର୍କରେ ବିଚାରବିମର୍ଶ କରାଯାଇଛି।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଏଡିଜି ଶ୍ରୀ ମିଶ୍ର କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଏବଂ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହିତ ଯୋଜନା ଏବଂ କାର୍ଯ୍ୟକ୍ରମଗୁଡ଼ିକର ପ୍ରଚାରପ୍ରସାର ନିମନ୍ତେ ସ୍ୱତନ୍ତ୍ର ରଣନୀତି ଆପଣାଇବା ଲାଗି ସେ ପରାମର୍ଶ ଦେଇଥିଲେ।

ବୈଠକରେ ଗେଲ୍‌ର ଡିଜିଏମ ଏନ. ମିଶ୍ର, ବିଏସଏନଏଲ ଡିଜିଏମ ଅଲିଭା ମହାପାତ୍ର, ଏସଡିଓ ପ୍ରତାପ ଚନ୍ଦ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡା. ସୁଚିତ୍ରା ସାମଲ, ସିଏସଆଇଆର-ଆଇଏମଏମଟିର ବରିଷ୍ଠ ବୈଜ୍ଞାନିକ ଡ. ମନୀଷ କୁମାର, ପୂର୍ବତଟ ରେଳବାଇର ବରିଷ୍ଠ ଜନସମ୍ପର୍କ ଅଧିକାରୀ ନିହାର ରଞ୍ଜନ ମହାନ୍ତି, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଡ. ପୁଷ୍ପଲତା ନେଗି,  ଇଗନୋ ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ସନ୍ତୋଷ କୁମାର ପାଣିଗ୍ରାହୀ, ଉପନିର୍ଦ୍ଦେଶକ ଡକ୍ଟର ବିମଳ ନନ୍ଦ, ଆକାଶବାଣୀର ସମାଚାର ସମ୍ପାଦକ ଇତିଶ୍ରୀ ସିଂ ରାଠୋର, ଭୁବନେଶ୍ୱର ଆଇଆଇଟିର ଜନସମ୍ପର୍କ ଅଧିକାରୀ ଧରିତ୍ରୀ ଶତପଥୀ, ମାଇ ଭାରତର ରୋହିତ ନନ୍ଦେଶ୍ବର, ଏସକେ ମହାପାତ୍ର, ବିଜୟ ଭିଏନ, ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ, ସିବିସିର ସହାୟକ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା, କ୍ଷେତ୍ର ପ୍ରଚାର ଅଧିକାରୀ ସସ୍ମିତା ପାଇକ ରାୟ, ଦୂରଦର୍ଶନର ସମାଚାର ସମ୍ପାଦକ ସୁଦର୍ଶନ ସାହୁ, କାର୍ଯ୍ୟକ୍ରମ ପ୍ରଭାଗ ମୁଖ୍ୟ ପ୍ରଦୀପ୍ତ କୁମାର ବେହେରାଙ୍କ ସମେତ ବହୁ ସରକାରୀ ଅଧିକାରୀ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମକୁ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ସମାଚାର ପ୍ରଭାଗ ମୁଖ୍ୟ ତଥା ଉପନିର୍ଦ୍ଦେଶକ ଡକ୍ଟର ଅଭିଷେକ ମିଶ୍ରା ପରିଚାଳନା କରିଥିବା ବେଳେ ପିଆଇବିର  ସହାୟକ ନିର୍ଦ୍ଦେଶକ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଆନ୍ତଃବିଭାଗୀୟ ସମନ୍ୱୟ ପିଆଇବି ଏଡିଜି ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରୀମୟୀ କହିଲେ- ଦିଲ୍ଲୀ ରେ ଡିଲ୍ କରିଦେଲେ କହ୍ନେଇ, କର୍ମୀ ବସିଛନ୍ତି ଅନାଇ…ରାଜନୀତିରେ ହଇଚଇ

October 11, 2025

ଏବେ ସି ଜିନପିଙ୍ଗଙ୍କ ଉପରେ ଟ୍ରମ୍ପଙ୍କ କ୍ରୋଧ!: ଚୀନ୍ ଉତ୍ପାଦ ଉପରେ ଲାଗୁ କଲେ ୧୦୦% ଶୁଳ୍କ

October 11, 2025

ନୂଆପଡା ଉପନିର୍ବାଚନ: ବିଜେଡି ଛାଡି ବିଜେପିରେ ମିଶିବେ ଜୟ ଢୋଲକିଆ !!!!!

October 11, 2025

ପାଖେଇଲା ଦୀପାବଳି, ଦୟାକରି ଏହି ସାତୋଟି କଥା ଉପରେ ଧ୍ୟାନ ରଖନ୍ତୁ

October 11, 2025
Latest News

ବିହାର ନିର୍ବାଚନ: ଆସନ ବଣ୍ଟନକୁ ନେଇ ଦ୍ଵନ୍ଦ୍ଵ, କଂଗ୍ରେସକୁ ୫୦ ଆସନ ଦେବାକୁ ପ୍ରସ୍ତୁତ ଲାଲୁ ଯାଦବ

October 11, 2025

ଶ୍ରୀମୟୀ କହିଲେ- ଦିଲ୍ଲୀ ରେ ଡିଲ୍ କରିଦେଲେ କହ୍ନେଇ, କର୍ମୀ ବସିଛନ୍ତି ଅନାଇ…ରାଜନୀତିରେ ହଇଚଇ

October 11, 2025

ଏବେ ସି ଜିନପିଙ୍ଗଙ୍କ ଉପରେ ଟ୍ରମ୍ପଙ୍କ କ୍ରୋଧ!: ଚୀନ୍ ଉତ୍ପାଦ ଉପରେ ଲାଗୁ କଲେ ୧୦୦% ଶୁଳ୍କ

October 11, 2025

ନୂଆପଡା ଉପନିର୍ବାଚନ: ବିଜେଡି ଛାଡି ବିଜେପିରେ ମିଶିବେ ଜୟ ଢୋଲକିଆ !!!!!

October 11, 2025

‘ଏୟାର ଇଣ୍ଡିଆର ବୋଇଂ 787 ବିମାନ ବନ୍ଦ କର,’ ସରକାରଙ୍କୁ ଚିଠି ଲେଖିଲା ପାଇଲଟ୍ ସଂଘ

October 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.